www.samajalive.in
Wednesday, December 10, 2025
18.1 C
Bhubaneswar

ଜୁନ୍‍ ୧୦ରେ ସୂର୍ଯ୍ୟପରାଗ

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଚଳିତ ଜୁନ୍‍ ମାସ ୧୦ ତାରିଖରେ ଦୃଶ୍ୟମାନ ହେବାକୁ ଯାଉଛି। ଗତ ମାସରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ପରେ ଜନସାଧାରଣ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଦେଖିବା ସୁଯୋଗ ପାଇବେ। ଏହିଦିନ ଚନ୍ଦ୍ର ଆଢୁଆଳରେ ସୂର୍ଯ୍ୟ ଲୁଚିଯିବା ଅବସରରେ ଚନ୍ଦ୍ର ଚାରିପଟେ ସୂର୍ଯ୍ୟଙ୍କର ଏକ ଲାଲ ବଳୟ ଦେଖିବାକୁ ମିଳିବ, ଯାହାକୁ ରିଙ୍ଗ ଅଫ ଫାୟାର ବୋଲି କୁହାଯାଉଛି। ଏଭଳି ମହାଜାଗତିକ ଦୃଶ୍ୟ ୟୁରୋପର କିଛି ଅଂଶ, କାନାଡା, ରୁଷିଆ, ଉତ୍ତର ଆମେରିକା, ଗ୍ରୀନଲାଣ୍ଡ ଏବଂ ଏସିଆରେ ଦୃଶ୍ୟମାନ ହେବ। ଜୁନ୍‍ ୧୦ ତାରିଖ ସାବିତ୍ରୀ ଅମାବାସ୍ୟା ତିଥିରେ ହେବାକୁ ଥିବା ସୂର୍ଯ୍ୟ ପରାଗ ଅପରାହ୍ଣ ୧.୪୨ରୁ ଆରମ୍ଭ ହୋଇ ସଂଧ୍ୟା ୬.୪୧ରେ ଶେଷ ହେବ। ଏହା ସମ୍ପୂର୍ଣ୍ଣ ଭାବରେ ଉତ୍ତର-ପୂର୍ବ କାନାଡାର କିଛି ଭାଗ, ରୁଷର ସୁଦୂର ପୂର୍ବଭାଗ, ଗ୍ରୀନଲାଣ୍ଡ ଏବଂ ଉତ୍ତର ମେରୁକୁ ଦୃଶ୍ୟମାନ ହେବାବେଳେ ୟୁରୋପ, ଉତ୍ତର ଆମେରିକା, ଏସିଆ, ଆଟଲାଣ୍ଟିକ ଅଞ୍ଚଳକୁ ଆଂଶିକ ଦୃଶ୍ୟମାନ ହେବ। ଏହା ଭାରତର ଅରୁଣାଚଳପ୍ରଦେଶ ଏବଂ ନାଗାଲାଣ୍ଡର କିଛି ଅଂଶରେ ଦେଖାଯିବ ବୋଲି ଜଣାଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories