ଶରୀର ପାଇଁ ଲାଭଦାୟକ ଏହି ଚା’
ତୁଳସୀ ଚା’ ପିଇବା ବହୁ ଲାଭଦାୟକ ଅଟେ
-କଫ ଦୂର କରିବାରେ ସହାୟକ ହୁଏ ତୁଳସୀ ଚା’ ।
-ତୁଳସୀ ଚା’ କାର୍ଟିସୋନ ହରମୋନକୁ ନିୟନ୍ତ୍ରଣ ରଖିଥାଏ । ଯାହା ଦ୍ବାରା ଦୁଶିନ୍ତା ଦୂର ହୋଇଥାଏ ।
-ଏହା ଦ୍ବାରା ପାଚନ ତନ୍ତ୍ର ଠିକ୍ ରହିଥାଏ ।
-ଶରୀରରେ ହେଉଥିବା ଯନ୍ତ୍ରଣାକୁ ତୁଳସୀ ଚା’ ଦୂର କରିଥାଏ ।
-ତୁଳସୀ ଚା’ ରକ୍ତର ଶର୍କରା ସ୍ତରକୁ ନିୟନ୍ତ୍ରଣ ରଖିଥାଏ ।
-ପାଟିକୁ କୀଟାଣୁ ମୁକ୍ତ ରଖେ ତୁଳସୀ ଚା’ ।
-ଏହା ଏକ ମାଉଥ୍ ଫ୍ରେଶନର ଭାବେ ମଧ୍ୟ କାମ କରେ ।
ତୁଳସୀ ଚା’ ପ୍ରସ୍ତୁତି ପ୍ରଣାଳୀ
ସାମଗ୍ରୀ: ତୁଳସୀ ପତ୍ର ୬-୭ଟି,
ଛୋଟ ଅଦା,
ଛୋଟ ଚାମଚ ମହୁ,
ଛୋଟ ଚାମଚ ଲେମ୍ବୁରସ,
ଆବଶ୍ୟକୀୟ ଅନୁଯାୟୀ ପାଣି
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ମଧ୍ୟମ ଆଞ୍ଚରେ ଏକ ପ୍ୟାନରେ ପାଣି ଗରମ କରନ୍ତୁ ।
ପାଣି ଗରମ ହେବା ପରେ ତୁଳସୀ ପତ୍ର ଏବଂ ଅଦା ପକାଇ ଫୁଟାନ୍ତୁ ।
ପ୍ରାୟ ୧୦ରୁ ୧୫ ମିନିଟ୍ ପର୍ୟ୍ୟନ୍ତ ଫୁଟିଲା ପରେ ଆଞ୍ଚ ବନ୍ଦ କରି ଦିଅନ୍ତୁ ।
ପ୍ରସ୍ତୁତ ହୋଇଗଲା ତୁଳସୀ ପତ୍ର ଚା’ । ମହୁ ଓ ଲେମ୍ବୁ ରସ ପକାଇ ପିଅନ୍ତୁ ।
Comments are closed.