www.samajalive.in
Monday, December 8, 2025
17.1 C
Bhubaneswar

ଜବାବ ରଖିଲେ ଅଲପନ୍‍, ପ୍ରଧାନମନ୍ତ୍ରୀଙ୍କ ଅନୁମତି ନେଇଥିଲି

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବାକୁ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବାବେଳେ ରାଜ୍ୟର ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅଲପନ୍‍ ବନ୍ଦୋପାଧ୍ୟାୟ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଉପସ୍ଥିତ ନରହିବା ଘଟଣାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ଜୋର୍‍ ଧରିଛି। ଇତିମଧ୍ୟରେ ତାଙ୍କ ପଦବୀରୁ ଅବସର ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ମୁଖ୍ୟ ପରାମର୍ଶଦାତା ହୋଇଥିବା ଅଲପନ୍‍ କେନ୍ଦ୍ର ପକ୍ଷରୁ ତାଙ୍କୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସର ଜବାବ ଦେଇଛନ୍ତି। ଗୁରୁବାର ଅଲପନ୍‍ କହିଛନ୍ତି ଯେ ସେ ଆଇଏଏସ୍‍ ପ୍ରୋଟୋକଲର ଉଲ୍ଲଂଘନ କରିନାହାନ୍ତି। ମଇ ୨୮ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ସେ ପ୍ରଧାନମନ୍ତ୍ରୀଙ୍କ ଅନୁମତି ନେଇ ଉକ୍ତ ବୈଠକରୁ ବାହାରି ଆସିଥିବା କହିଛନ୍ତି। ସୂଚନାଯୋଗ୍ୟ ଯେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଇ ୩୧ ତାରିଖରେ ଅଲପନଙ୍କ ନିକଟରୁ କାରଣ ଦର୍ଶାଅ ନୋଟିସ ପଠାଇ ସେ କାହିଁକି ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଉପସ୍ଥିତ ରହିଲେ ନାହିଁ, ତାହା ଦର୍ଶାଇବାକୁ କୁହାଯାଇଥିଲା। ବିପର୍ଯ୍ୟୟ ପରିଚାଳନା ଆଇନ ଅଧୀନରେ ଏହି ନୋଟିସ ପଠାଯାଇଥିଲା, ଯେଉଁଥିରେ ଉକ୍ତ ଆଇନ ଉଲ୍ଲଂଘନ କ୍ଷେତ୍ରରେ ଦୁଇବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ବ୍ୟବସ୍ଥା ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଲପନ୍‍ଙ୍କୁ କେନ୍ଦ୍ର ସରକାର ତୁରନ୍ତ ବଦଳି କରିବା ସହିତ ସେ ମଇ ୩୧ ସୁଦ୍ଧା କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟରେ ରିପୋର୍ଟ କରିବାକୁ କୁହାଯାଇଥିଲା। କିନ୍ତୁ ଅଲପନ୍‍ ତାହା ନକରି ମଇ ୩୧ରେ ଅବସର ନେଇଥିଲେ। ଏହପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ନିଜର ମୁଖ୍ୟ ପରାମର୍ଶଦାତା ଭାବରେ ତିନିବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories