www.samajalive.in
Wednesday, December 10, 2025
18.1 C
Bhubaneswar

ଆଜିର ଦିନରେ ଘୋଷଣା ହୋଇଥିଲା ଭାରତ-ପାକିସ୍ତାନ ବିଭାଜନ ଯୋଜନା

ନୂଆଦିଲ୍ଲୀ: ୧୯୪୭, ଜୁନ୍‍ ୩ ତାରିଖ। ଭାରତର ଶେଷ ଭାଇସରୟ ଲର୍ଡ ମାଉଣ୍ଟବାଟେନ୍‍ ବ୍ରିଟିଶ ଶାସନ ଅଧୀନରୁ ଦେଶକୁ ସ୍ୱାଧୀନତା ପ୍ରଦାନ କରିବାକୁ ଆଜିର ଦିନରେ, ଅର୍ଥାତ ୧୯୪୭ ଜୁନ୍‍ ୩ ତାରିଖରେ ଏକ ଯୋଜନା ଘୋଷଣା କରିଥିଲେ। ଏହା ମଧ୍ୟ ମାଉଣ୍ଟବାଟେନ୍‍ ପ୍ଲାନ ଭାବରେ ପରିଚି ଏବଂ ଏହା ସ୍ୱାଧୀନତା ପାଇଁ ବ୍ରିଟିଶ ସରକାରଙ୍କର ଶେଷ ଯୋଜନା ଥିଲା। ଜଣାଯାଏ ଯେ ବ୍ରିଟେନର ତତ୍କାଳୀନ ପ୍ରଧାନମନ୍ତ୍ରୀ କ୍ଲେମେର୍ଟ ଅଟଲିଙ୍କ ଦ୍ୱାରା ମାଉଣ୍ଟବାଟେନଙ୍କୁ ଭାରତର ଭାଇସରୟ ଭାବରେ ନିଯୁକ୍ତ କରାଯାଇଥିଲା ଏବଂ ତାଙ୍କର ମୁଖ୍ୟ କାମ ଥିଲା, କିଭଳି ଭାରତକୁ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ତ୍ୱରାନ୍ୱିତ କରିବା। ତାଙ୍କର ‘ଡିକି ବାର୍ଡ ଯୋଜନା’କୁ ଜବାହରଲାଲ ନେହରୁ ଘୋର ବିରୋଧ କରିବା ପରେ ଜୁନ୍‍ ୩ ତାରିଖର ଯୋଜନା ଘୋଷଣା କରାଯାଇଥିଲା। ଡିକି ବାର୍ଡ ଯୋଜନାରେ ଉଲ୍ଲେଖ ଥିଲା ଯେ ପ୍ରଦେଶଗୁଡିକୁ ସ୍ୱାଧୀନ ଉତ୍ତରାଧିକାର ରାଜ୍ୟ ଭାବରେ ଘୋଷଣା କରାଯିବ ଏବଂ ସେଗୁଡିକ ବିଧାନ ପ୍ରଣୟନକାରୀ ସଭାରେ ଯୋଗଦେବେ କି ନାହିଁ ତାହା ସେମାନେ ନିଷ୍ପତ୍ତି ନେବେ। କିନ୍ତୁ ନେହରୁ ଏହାକୁ ବିରୋଧ କରିଥିଲେ। ଏହାପରେ ଜୁନ୍‍ ୩ ତାରିଖରେ ଘୋଷଣା କରାଗଲା ଯେ ଭାରତ ସ୍ୱାଧୀନ ହେବାପରେ ଏହାକୁ ଭାରତ ଓ ପାକିସ୍ତାନ ଏହିଭଳି ଦୁଇଟି ରାଷ୍ଟ୍ରରେ ବିଭାଜନ କରାଯିବ, ଯାହା ୧୯୪୭ ଅଗଷ୍ଟ ୧୫ରେ କରାଗଲା। ଏହି ଯୋଜନାରେ ଭାରତ ଓ ପାକିସ୍ତାନକୁ ସ୍ୱାୟତ୍ତତା ଏବଂ ସମସ୍ତ କ୍ଷମତା ପ୍ରଦାନ ସହିତ ଦୁଇ ରାଷ୍ଟ୍ରକୁ ସେମାନଙ୍କର ନିଜସ୍ୱ ସମ୍ବିଧାନ ପ୍ରଣୟନ ଅଧିକାର ମଧ୍ୟ ପ୍ରଦାନ ବିଷୟ ସ୍ଥାନ ପାଇଥିଲା। ସେଥିରେ ଜାମ୍ମୁ କାଶ୍ମୀର ସ୍ୱାଧୀନ ରହିବ, ଅଥବା ଭାରତ କିମ୍ବା ପାକିସ୍ତାନ ସହିତ ମିଶିବ ସେହି ନିଷ୍ପତ୍ତି ନେବାର ସୁଯୋଗ ଉକ୍ତ ରାଜରାଜୁଡା ଶାସିତ ରାଜ୍ୟକୁ ଦିଆଯାଇଥିଲା। ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ଯେ ଏହି ଯୋଜନାକୁ ଉଭୟ କଂଗ୍ରେସ ଏବଂ ମୁସଲିମ ଲିଗ୍‍ ଗ୍ରହଣ କରିନେଇଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories