www.samajalive.in
Monday, December 8, 2025
17.1 C
Bhubaneswar

ଜେଏସପିଏଲ ପରିସରରେ କୋଭିଡ ଯତ୍ନ କେନ୍ଦ୍ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ : ବର୍ତ୍ତମାନର କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ୍ କରିବା ଦିଗରେ ପ୍ରାଥମିକତା ଦେଉଛନ୍ତି । କୋଭିଡ୍‍ ମୁକାବିଲା ଦିଗରେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। କୋଭିଡ୍‍ ହସ୍‍ପିଟାଲ ଓ କୋଭିଡ ଯତ୍ନ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଇ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।

ଏହି କ୍ରମରେ ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ପେଟ୍ରୋଲିୟମ୍‍ ଓ ଇସ୍ପାତ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର କ୍ୟାମ୍ପସ୍‍ ରେ ଅମ୍ଳଜାନ ସଂଯୁକ୍ତ ୨୭୦ ଶଯ୍ୟା ବିଶିଷ୍ଟ କୋଭିଡ ଯତ୍ନ କେନ୍ଦ୍ର (କୋଭିଡ୍‍ କେୟାର ସେଣ୍ଟର)କୁ ଲୋକାର୍ପଣ କରିଛନ୍ତି। ପୂର୍ବରୁ ଏଠାରେ ୫୦ଟି ଶଯ୍ୟା ସହ ଭେଣ୍ଟିଲେଟର ଓ ଆନୁଷଙ୍ଗିକ ବ୍ୟବସ୍ଥା ରହିଛି। ଏହି ୩୨୦ଟି ବେଡ୍ ଅନୁଗୁଳ ଜିଲ୍ଲାର ତାଳଚେର, କଣିହାଁ,ଏବଂ ପଡୋଶୀ ଜିଲ୍ଲା ଦେବଗଡ଼ ସମେତ ଆଖପାଖର କୋଭିଡ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

- Advertisement -

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ , ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ,ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ଏବଂ ଜିନ୍ଦଲ ମୁଖ୍ୟ ତଥା ପୂର୍ବତନ ସାଂସଦ ନବୀନ ଜିନ୍ଦଲ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଏହି ଅବସରରେ ସେ କହିଛନ୍ତି ଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଭାବ ରହିବ ନାହିଁ । ମହାମାରୀ କୋଭିଡକୁ ସାମ୍ନା କରିବା ପାଇଁ କର୍ପୋରେଟ ଅନୁଷ୍ଠାନ ଗୁଡ଼ିକ ଉଦ୍ୟମ ଜାରୀ ରଖିଛନ୍ତି। ଏମସିଏଲ ଓ ନାଲକୋ ଦ୍ୱାରା ତାଳଚେର ଏବଂ ବଳରାମପ୍ରସାଦ ଠାରେ ୧୫୦ଟି ଲେଖାଁଏ ବେଡ୍ ସହ କୋଭିଡ୍ କେୟାର ହସ୍ପିଟାଲ ପ୍ରତିଷ୍ଠା ହୋଇଛି। ଏହି କୋଭିଡ୍ ହସ୍ପିଟାଲ ଦ୍ୱାରା ଅନୁଗୁଳ ତଥା ଆଖପାଖ ଅଞ୍ଚଳର କୋଭିଡ୍ ରୋଗୀମାନେ ବିଶେଷ ଭାବରେ ଉପକୃତ ହେଉଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବଳରାମ ପ୍ରସାଦ ଠାରେ ଇଏସ୍‍ଆଇ ହସ୍ପିଟାଲ ଏବଂ ତାଳଚେର ସ୍ଥିତ ଏମସିଏଲରର ୧୫୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିବା ସହ ହସ୍ପିଟାଲର କର୍ତ୍ତୃପକ୍ଷ, ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ କ୍ରମେ ସମସ୍ତଙ୍କୁ “ଟ୍ରେସିଂ, ଟେଷ୍ଟିଂ ଏବଂ ଟ୍ରିଟ୍‍ମେଣ୍ଟକୁ ଗୁରୁତ୍ୱ ଦେବା ସହ ଟିକାକରଣର ଦାୟିତ୍ୱ ନେବାକୁ ପଡ଼ିବ। ଭାରତ ସରକାର ରାଜ୍ୟ ଗୁଡ଼ିକୁ ମାଗଣାରେ ୫୦ ପ୍ରତିଶତ ଟିକା ଯୋଗାଇ ଦେଉଥିବା ବେଳେ ରାଜ୍ୟ ଦ୍ୱାରା ୨୫ ପ୍ରତିଶତ ଏବଂ କର୍ପୋରେଟ୍‍ ଅନୁଷ୍ଠାନ ଗୁଡିକ ଦ୍ୱାରା ୨୫ ପ୍ରତିଶତ ଟିକା ଯୋଗାଇଦେବାର ବ୍ୟବସ୍ଥା କରାଯାଉଛି।

ଅପରପକ୍ଷରେ ବିଗତ ୨ ମାସରେ ଜେଏସପିଏଲ କମ୍ପାନୀ ଦେଶର ବିଭିନ୍ନ ଅଞ୍ଚଳକୁ ୩ ହଜାର ମେଟ୍ରିକ୍‍ ଟନର ଅମ୍ଲଜାନ ଯୋଗାଇ ଦେଶର ଆବଶ୍ୟକତା ପୂରଣ କରିଛି। ଆଗାମୀ ଦିନରେ ମଧ୍ୟ ରାଜ୍ୟରେ ସମାଜିକ-ଅର୍ଥନୈତିକ ବିକାଶ ଏବଂ ସ୍ୱାସ୍ଥ୍ୟବସ୍ଥାକୁ ମଜବୁତ୍‍ କରିବାରେ ମଧ୍ୟ ଜେଏସପିଏଲ୍‍ ଦାୟିତ୍ୱ ନେବାକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାସହ କରୋନାର ଦ୍ୱିତୀୟ ଲହର ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଅନୁଗୁଳ ଜିଲ୍ଲାରେ କର୍ପୋରେଟ୍‍ ଅନୁଷ୍ଠାନ ଗୁଡ଼ିକୁ ନିଜ କର୍ମଚାରୀ, ତାଙ୍କ ପରିବାର ଏବଂ ଅନ୍ୟୁନ ଜଣେ ଗରିବ ଲୋକଙ୍କୁ ମଧ୍ୟ ଟିକା ଦେବା ପାଇଁ ଦାୟିତ୍ୱ ନେବାକୁ ପୁଣି ଥରେ ଆହ୍ୱାନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories