www.samajalive.in
Monday, December 8, 2025
20.1 C
Bhubaneswar

କର୍ମଚାରୀଙ୍କୁ କମ୍ପୁଟର ସୁବିଧା ସହ ମିଳିବ ହାଇସ୍ପିଡ୍ ଇଣ୍ଟରନେଟ୍ ବ୍ୟବସ୍ଥା

ଭୁବନେଶ୍ୱର: ଭୁବନେଶ୍ୱର-କଟକ ରାସ୍ତାରେ ପ୍ରତାପ ନଗରୀସ୍ଥିତ ଜଳ ଓ ଭୂ-ସମ୍ପଦର ସମନ୍ୱିତ ପରିଚାଳନା ନିମନ୍ତେ ଉତ୍ସର୍ଗୀକୃତ ପ୍ରମୁଖ ତାଲିମଓ ଗବେଷଣା ପ୍ରତିଷ୍ଠାନ(ୱାଲମି)ର ୪୧ ତମ ପରିଚାଳନା ପରିଷଦ ବୈଠକ (ଗଭଣ୍ଣିଂ କାଉନସିଲ୍ ମିଟିଂ) ସୋମବାର ଦିନ ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ହୋଇଯାଇଛି। ୱାଲମୀର ସଭାପତି ରାଜ୍ୟ ଜଳ ସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୱାଲମୀର ନିର୍ଦ୍ଦେଶକ ଇଂ.ବିଶ୍ୱମୋହନ ଆଚାର୍ଯ୍ୟଙ୍କ ସମେତ ପରିଚାଳନା ପରିଷଦର ୧୫ ଜଣ ସଭ୍ୟସଭ୍ୟା ଯୋଗ ଦେଇଥିଲେ। ୱାଲମୀରେ କାର୍ଯ୍ୟରତ ୧୫୩ ଜଣ କର୍ମଚାରୀଙ୍କର ବହୁପ୍ରତୀକ୍ଷିତ ସପ୍ତମ ବେତନ କମିଶନ ସୁପାରିଶ ଅନୁସାରେ ବେତନ ପ୍ରଦାନ ନେଇ ରହିଥିବା ପ୍ରସ୍ତାବକୁପରିଚାଳନା ପରିଷଦ ବୈଠକରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିଷ୍ପତି ନିଆଯାଇଛି। ଏଥି ସହିତ ପ୍ରତିଷ୍ଠାନରେ କାର୍ଯ୍ୟରତ ପରିସଂଖ୍ୟାନ ସହାୟକ(ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ) ପଦବୀର ନାମକରଣକୁ ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗ ବିଜ୍ଞପ୍ତି ସଂଖ୍ୟା ୫୮ ତା-୦୩.୦୧.୨୦୧୮ ଅନୁସାରେ ପରିବର୍ତ୍ତନ କରାଯାଇ ସହକାରୀ ପରିସଂଖ୍ୟାନ ଅଧିକାରୀ(ଆସିଷ୍ଟାଣ୍ଟ ଷ୍ଟାଟିଷ୍ଟିକାଲ ଅଫିସର) କରାଯାଇଛି। ବୈଠକରେ ପୂର୍ବରୁ ଅନୁଷ୍ଠିତ ପରିଷଦ ବୈଠକର ନିଷ୍ପତିର କାର୍ଯ୍ୟାନୁଷ୍ଠାନ,ୱାଲମୀରେ ତାଲିମ ପ୍ରଦାନରେ ସଫଳତା, ୨୦୨୧-୨୨ରେ ଏହି ପ୍ରତିଷ୍ଠାନରେ କାର୍ଯ୍ୟକ୍ରମ ଯୋଜନା, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଆଦି ବ୍ୟବସ୍ଥା ନେଇ ଆଲୋଚନା କରାଯାଇଥିଲା।

 

- Advertisement -

ପ୍ରକାଶ ଥାଉକି, ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଗତ ନଭେମ୍ବର ମାସ ୨୭ ତାରିଖରେ ୱାଲମୀରେ ଭର୍ଚୁୁଆଲ ବ୍ୟବସ୍ଥାରେ ପ୍ରଶିକ୍ଷଣ ବ୍ୟବସ୍ଥାର ଶୁଭାରମ୍ଭ କରିବାକୁ ଏହି ପ୍ରତିଷ୍ଠାନକୁ ଗସ୍ତ ଅବସରରେ ଏଠାରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି, ତାଲିମ ଓ ଗବେଷଣା କ୍ଷେତ୍ରରେ ଏହାକୁ ଉତ୍କର୍ଷ କେନ୍ଦ୍ର (ସେଣ୍ଟର ଅଫ୍ ଏକ୍ସଲେନ୍ସ)ରେ ପ୍ରତିଷ୍ଠିତ କରିବା ପାଇଁ ଆବଶ୍ୟକ ନିର୍ଦେଶ ଓ ପରାମର୍ଶ ଦେଇଥିଲେ। ତଦନୁସାରେ ୱାଲମୀରେ ଭିତ୍ତିଭୂମିରେ ଉନ୍ନତି, ସବୁ ପ୍ରକୋଷ୍ଠରେ କମ୍ପ୍ୟୁଟରୀକରଣ ବ୍ୟବସ୍ଥା, ସମସ୍ତ କର୍ମଚାରୀଙ୍କୁ କମ୍ପୁଟର ସୁବିଧା ସହ ହାଇସ୍ପିଡ୍ ଇଣ୍ଟରନେଟ୍ ବ୍ୟବସ୍ଥା ଏବଂ ସିସିଟିଭି ସର୍ବେକ୍ଷଣ ବ୍ୟବସ୍ଥା କରାଯାଇଛି। ୱାଲ୍ମୀରେ ପ୍ରତିବର୍ଷ କୃଷକ, ପାଣିପଂଚାୟତର କର୍ମକର୍ତା, ଚାକିରୀରେ ଥିବା କନିଷ୍ଠ ଓ ବରିଷ୍ଠ ଯନ୍ତ୍ରୀ, ଅନ୍ୟରାଜ୍ୟରୁ କୃଷକ ଓ ଯନ୍ତ୍ରୀମାନେ ପ୍ରଶିକ୍ଷଣ ନେଉଛନ୍ତି। ୨୦୧୯-୨୦ ବର୍ଷରେ ଏଠାରେ ୫୯୪୨ ଜଣ, ୨୦୨୦-୨୧ରେ ୯୩୯୬ ଜଣ ପ୍ରଶିକ୍ଷାର୍ଥୀ ତାଲିମ ନେଇଛନ୍ତି ଏବଂ ୨୦୨୧-୨୨ ବର୍ଷରେ ଏହି ପ୍ରତିଷ୍ଠାନରେ ଜଳ ସମ୍ପଦ ବିଭାଗରେ ନବ ନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ୨୮,୧୧୦ ଜଣ ପ୍ରଶିକ୍ଷାର୍ଥୀ ତାଲିମ ନେବାର କାର୍ଯ୍ୟକ୍ରମ ରହିଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories