www.samajalive.in
Monday, December 8, 2025
27.1 C
Bhubaneswar

କଫ୍‍ ସିରପ୍‍ ସହ ମଦ ଜବତ : ପାଞ୍ଚ କୋର୍ଟ ଚାଲାଣ

ରେଙ୍ଗାଲି କ୍ୟାମ୍ପ : ନୂତନ ଭାବେ ଅତାବିରା ଥାନା ଅଧିକାରୀ ଦାୟିତ୍ଵ ନେବା ପରେ ଏବେ ଅସାମାଜିକ ତଥା ନିଶା କାରବାରରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ପାଇଁ କାଳ ହୋଇଛି। ଜଣାପଡିଛି ଯେ ସେ ଗତକାଲି ପୁଲିସ ତିନିଜଣ ନିଶା କାରବାର କରୁଥିବା ଅଭିଯୁକ୍ତଙ୍କ ଠାରୁ ସିଲ୍ ହୋଇଥିବା ୩୪ ଟି ବୋତଲ ଓ ସିଲ୍ ନ ଥିବା ୬ବୋତଲ କଫ୍‍ ସିରପ୍‍ ଓ ଦୁଇ ଜଣ ବେଆଇନ ମଦ ବେପାରୀଙ୍କ ଠାରୁ ୫୦ ଲିଟର ମଦ ସହ ଗୋଟିଏ ଷ୍ଟ୍ରିପ ଆଲ୍ପ୍ରାକ୍ସ ଟାବେଲେଟ୍ ୦.୫ ଏମ୍ ଜି ଜବତ କରି ପୃଥକ୍ ପୃଥକ୍ ଭାବେ ଦୁଇଟି କେସ ରୁଜୁ କରିଛି । ଏଥିସହିତ ଲିପ୍ତ ଥିବା ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

କଫ୍‍ ସିରପ୍‍ ମାମଲାରେ ଅତାବିରା ଥାନା ପାହାଡ଼ ଶ୍ରିଗିଡ଼ାର ମାନସ ପଣ୍ଡା, ନିକୁଞ୍ଜ ସେଠ ଓ ବୈଜୁ ପାଣ୍ଡେ ତଥା ମଦ ମାମଲାରେ ବାଟିମୁଣ୍ଡାର ବିରଞ୍ଚି ବାଗ ଓ ବୀର ନାମକ ଜନୈକ ବ୍ୟକ୍ତିଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ବହୁ ଦିନରୁ ନିଶା କାରବାରରେ ଲିପ୍ତ ଥିବା ଅସାମାଜିକ ବ୍ୟକ୍ତିଙ୍କୁ ଧରିବା ପାଇଁ ପୁଲିସ ଚାରିଆଡେ ଜାଲ ବିଛାଇ ଥିଲା । ଗତକାଲି ଏମାନଙ୍କ ବିଷୟରେ ସୂଚନା ପାଇ ଥାନା ଅଧିକାରୀ ଦିଲିପ୍ ବେହେରା ସଦଳବଳ ସହ ଘେରି ଖସି ପଳାଉଥିବା ବେଳେ ଧରିଥିଲେ। ଅତାବିରା ପୁଲିସର ଏଭଳି କାର୍ୟ୍ୟ ତତ୍ପରତା ଯୋଗୁଁ ଏବେ ଗୋଟିଏ ପରେ ଗୋଟିଏ ଅଭିଯାନରେ ସଫଳତା ମିଳୁଛି। ଅଞ୍ଚଳରେ ବଢୁଥିବା ମଦ, ସଟ୍ଟା ,ଜୁଆ ଆଦି କାରବାରକୁ ବନ୍ଦ କରିବା ପାଇଁ ଏବେ ଥାନା ଅଧିକାରୀ ତିନିଜଣିଆ ଟିମ୍ ଗଠନ କରି ଅଭିଯାନ ଚଳାଇଛନ୍ତି। ତେବେ ଏହି ଅଭିଯୁକ୍ତ ମାନଙ୍କ ସହ ସଂଶ୍ଳିଷ୍ଟ ଥିବା ଅନ୍ୟ ବ୍ୟକ୍ତି ତଥା ଏସବୁ ଜିନିଷ ଏମାନେ କେଉଁଠାରୁ ଆଣୁଥିଲେ ସେ ସବୁ ଜାରଣ ଜାଣିବା ପାଇଁ ପୁଲିସ ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି ।

- Advertisement -

 

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories