ଭୁବନେଶ୍ୱର : ରାଜ୍ୟର ବିଶିଷ୍ଟ ଫୁଟବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କର କରୋନାରେ ପରଲୋକ ହୋଇଛି। ତାଙ୍କ ପରିବାର ସଦସ୍ୟ ପକ୍ଷରୁ ଏହି ସୂଚନା ମିଳିଛି। ଦୀର୍ଘ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହେବା ପରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତି ପ୍ରାୟ ୩ ଟା ସମୟରେ ପ୍ରାଣ ତ୍ୟାଗ କରିଛନ୍ତି। ନନ୍ଦ କିଶୋର ଅନେକ ଆନ୍ତଃଜାର୍ତୀୟ ମହିଳା ଫୁଟବଲ ଖେଳାନୀ ସୃଷ୍ଟି କରିଥିଲେ। ରାଜ୍ୟରେ କିଭଳି ଅଧିକରୁ ଅଧିକ ପ୍ରତିଭାବାନ ଖେଳାଳୀ ମିଳିବେ ସେଥିପ୍ରତି ସେ ସର୍ବଦା ପ୍ରୟାସ କରୁଥିଲେ।
ନନ୍ଦ କିଶୋରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ ମାଧ୍ୟମରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହାସହ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି।
କରୋନାରେ ବିଶିଷ୍ଟ ଫୁଟବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କର ପରଲୋକ
Popular Categories



