www.samajalive.in
Sunday, December 7, 2025
14.1 C
Bhubaneswar

ଆମଦାନୀ ହୋଇପାରିବନି ୧୦୮ ସାମରିକ ଉପକରଣ; ପ୍ରକାଶ ପାଇଲା ତାଲିକା

ନୂଆଦିଲ୍ଲୀ: ବିଦେଶରୁ ୧୦୮ଟି ସାମରିକ ଉପକରଣ ଆମଦାନୀକୁ ନିଷେଧ କରାଯାଇଛି। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ୧୦୮ଟି ଉପକରଣ ତାଲିକା ପ୍ରକାଶ ପାଇଛି। ପୂର୍ବରୁ ୧୦୧ଟି ସାମରିକ ଉପକରଣ ଆମଦାନୀକୁ ନିଷେଧ କରାଯାଇଥିଲା। ସେହି ତାଲିକାରେ ଆଉ ୧୦୮ଟି ଉପକରଣକୁ ସ୍ଥାନ ଦିଆଯାଇଛି। ଫଳରେ ବିଦେଶରୁ ଆମଦାନୀ ନିଷେଧ ତାଲିକାରେ ମୋଟ ୨୦୯ଟି ସାମରିକ ଉପକରଣ ସ୍ଥାନପାଇଛି। ଏହା ଦେଶକୁ ପ୍ରତିରକ୍ଷା ଉପକରଣ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର କରିବା କ୍ଷେତ୍ରରେ ସରକାରୀ ଓ ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ସହିତ ଦେଶରୁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ବୃଦ୍ଧିରେ ସହାୟକ ହେବ ବୋଲି କୁହାଯାଇଛି। ସାନି ପ୍ରକାଶ ପାଇଥିବା ୧୦୮ଟି ଉପକରଣ ଆମଦାନୀ ଉପରେ ନିଷେଧାଦେଶ ୨୦୨୧ ଡିସେମ୍ବରରୁ ୨୦୨୫ ଡିସେମ୍ବର ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ୧୦୮ଟି ସାମରିକ ଉପକରଣ ମଧ୍ୟରେ ୩.୫ ଟନ୍‍ ଓଜନ ପର୍ଯ୍ୟନ୍ତ ହେଲିକପ୍ଟର, ହ୍ୱିଲ୍‍ଡ ଆର୍ମର୍ଡ ପ୍ଲାଟଫର୍ମ, ନେକ୍ସ ଜେନେରେସନ କର୍ଭେଟ, କ୍ଷୁଦ୍ର ୟୁଏଭି, ମାଇନ ପ୍ରୋଟେକ୍ଟେଡ ଭେଇକଲ, ବର୍ଡର ସର୍ଭେଲାନ୍ସ ସିଷ୍ଟମ, ହେଲିକପ୍ଟରୁ ୭ କିଲୋମିଟର ଦୂର ପର୍ଯ୍ୟନ୍ତ ନିକ୍ଷେପ କରାଯାଇପାରୁଥିବା ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ଆଦି ରହିଛି, ଯାହାକୁ ଚଳିତ ବର୍ଷ ଡିସେମ୍ବରରୁ ଆମଦାନୀ କରାଯିବନାହିଁ।
ଏଥିସହିତ କଂପ୍ଲେକ୍ସ ସିଷ୍ଟମ୍ସ, ସେନସର, ସିମୁଲେଟର, ହେଲିକପ୍ଟର, ଏୟାର ବର୍ନ ୟର୍ଲି ୱାର୍ଣ୍ଣିଂ ଆଣ୍ଡ କଂଟ୍ରୋଲ ସିଷ୍ଟମ, ଟ୍ୟାଙ୍କ ଇଞ୍ଜିନ, ମିଡିୟମ ପାୱାର ରାଡାର ଫର ମାଉଣ୍ଟେନ୍ସ, ଏମଆରଏସଏଏମ ୱିପନ ସିଷ୍ଟମ ଆଦି ମଧ୍ୟ ତାଲିକାରେ ସ୍ଥାନପାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories