www.samajalive.in
Saturday, December 6, 2025
26.1 C
Bhubaneswar

ମୋବାଇଲ ଚୋର ଗିରଫ,୪ ମୋବାଇଲ ଜବତ

ଚୌଦ୍ୱାର :  ଟିପିଏମ୍‍ ଫାଣ୍ଡି ପୁଲିସ ଚୌଦ୍ୱାର ପୌରାଞ୍ଚଳ ଅଧିନ ଗୋଡ଼ି ପଟଣା ଗ୍ରାମରୁ ଜଣ ମୋବାଇଲ ଲୁଟେରାକୁ ଗିରଫ କରିବା ସହିତ ତା ନିକଟରୁ ୪ଟି ମୋବାଇଲ ଫୋନ୍‍ ଜବତ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ଗୋଡ଼ିପାଟଣା ମଙ୍ଗଳାସାହିର ଲକ୍ଷ୍ମୀଧର ମହାପାତ୍ର (୨୯)। ଗତ ୨୭ ତାରିଖ ମଧ୍ୟାହ୍ନରେ ଅତ୍ୟଧିକ ଗୁୁଳୁଗୁଳି ହେତୁ ଗୋଡ଼ିପାଟଣା ଗ୍ରାମର ପ୍ରକାଶ ମହାପାତ୍ରଙ୍କ ପରିବାର ଲୋକେ ଘରର ଦୁଆର ଖୋଲାକରି ଶୋଇଥିବା ବେଳେ କେହି ତାଙ୍କ ଘରେ ପଶି ୪ଟି ମୋବାଇଲ ଚୋରେଇ ନେଇଥିବା ପ୍ରକାଶ ଟିପିଏମ୍‍ ଫାଣ୍ଡିରେ ଅଭିଯୋଗ କରିଥିଲେ। ଫାଣ୍ଡି ଅଧିକାରୀ ମାନସ କୁମାର ମହାରଣା ଘଟଣାର ତଦନ୍ତ ଚଳାଇ ଲକ୍ଷ୍ମୀଧରକୁ ଗିରଫ କରିବାରେ ସଫଳ ହୋଇଥିଲେ। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories