www.samajalive.in
Monday, December 8, 2025
27.1 C
Bhubaneswar

କରୋନାରେ ପ୍ରାଣ ହରାଇଥିବା ମୃତକଙ୍କ ମୃତଦେହକୁ ନଦୀରେ ଫିଙ୍ଗିଲେ, ଭିଡିଓ ଭାଇରାଲ

କରୋନାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତଦେହକୁ ନଦୀ ଫିଙ୍ଗିବା ଭଳି ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ବଳରାମପୁରରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ଏହାର ଏକ ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୁଇ ଜଣ ଯୁବକ ମୃତଦେହକୁ ନଦୀରେ ଫିଙ୍ଗୁଥିବାର ଦୃଶ୍ୟ ଭିଡିଓରେ କଏଦ ହୋଇଛି। ସେଥିରୁ ଜଣେ ଯୁବକ ପିପିଇ କିଟ୍‌ ପିନ୍ଧିଥିବା ନଜର ଆସିଛି।

ଗତ ଶନିବାର ସନ୍ଧ୍ୟାର ଏହି ଘଟଣା ବୋଲି ଭିଡିଓରୁ ଜଣାପଡ଼ିଛି। ଯେଉଁ ଯୁବକ ପିପିଇ କିଟ୍‌ ପିନ୍ଧି ନ ଥିଲେ ତାଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ନାମ ଚନ୍ଦ୍ର ପ୍ରକାଶ ଏବଂ ସେ ଏକ ଶ୍ମଶାନଘାଟରେ କାର୍ଯ୍ୟ କରନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି ଯେ, କିଛି ଲୋକ ତାଙ୍କୁ ନଦୀର ପୋଲ ପାଖକୁ ଡକାଇଥିଲେ ଏବଂ ମୃତଦେହକୁ ତଳକୁ ଫିଙ୍ଗିଥିଲେ।

- Advertisement -

ଚନ୍ଦ୍ର ପ୍ରକାଶ କହିଛନ୍ତି, କିଛି ଲୋକ ଆସି ମୋତେ ଡାକି ପୋଲ ଉପରକୁ ନେଇଗଲେ। ସେଠାରେ ଜଣେ ଯୁବକ ବ୍ୟାଗ୍‌ ଚେନ୍‌ ଖୋଲି ସେଥିରେ ପଥର ରଖିଥିଲେ। ପରେ ମୃତଦେହକୁ ନଦୀରେ ପକାଇ ଦେଇଥିଲେ। ସେ ସେହି ଯୁବକଙ୍କୁ ଶ୍ମଶାନରେ କାଠ ଥିବା ଏବଂ ମୃତଦେହ ଦାହ କରାଯାଉଥିବା ନେଇ କହିଥିଲେ। କିନ୍ତୁ ଯୁବକ ଜଣକ ତାଙ୍କୁ ମୃତଦେହକୁ ଜଳପ୍ରବାହ କରିବେ ବୋଲି କହିଥିଲେ ଏବଂ ତାଙ୍କ କଥା ଶୁଣି ନ ଥିବା ଚନ୍ଦ୍ରପ୍ରକାଶ କହିଛନ୍ତି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories