www.samajalive.in
Monday, December 8, 2025
13.1 C
Bhubaneswar

କୋଭିଡ-୧୯ ଟିକାକରଣ ଅଭିଯାନ ଆଗକୁ ବଢ଼ାଉଛି ଫିନୋ ପେମେଣ୍ଟସ୍‍ ବ୍ୟାଙ୍କର ମର୍ଚାଣ୍ଟ ନେଟୱର୍କ

ଭୁବନେଶ୍ୱର: ଲୋକମାନଙ୍କ ପାଖରେ ବ୍ୟାଙ୍କ ସେବା ପହଂଚାଇବା ବ୍ୟତୀତ ଫିନୋ ପେମେଣ୍ଟସ ବ୍ୟାଙ୍କର ସାରା ଦେଶରେ ଥିବା ମର୍ଚାଣ୍ଟ ଆଉଟ୍ଲେଟ୍ଗୁଡ଼ିକ ଟିକାକରଣ ଲାଗି ଲୋକମାନଙ୍କ ଅନଲାଇନ ପଞ୍ଜିକରଣରେ ସହାୟତା ପ୍ରଦାନ କରିବା କୋଭିଡ-୧୯ ଟିକାକରଣ ଅଭିଯାନକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛି।
କୋଭିଡ-୧୯ରୁ ନିଜକୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ଲାଗି ସମସ୍ତଙ୍କ ଟିକାକରଣ ହେଉଛି ଶ୍ରେଷ୍ଠ ଉପାୟ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ଓ ମେଡିକାଲ୍ ବିଶେଷଜ୍ଞମାନେ ସୁପାରିସ କରିଛନ୍ତି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁସାରେ, ବ୍ୟକ୍ତିମାନେ କୋ-ୱିନ୍ ପୋର୍ଟାଲ କିମ୍ବା ଆରୋଗ୍ୟ ସେତୁ ଆପ୍ରେ ଅଗ୍ରୀମ ଲଗ୍ଇନ କରି କୋଭିଡ-୧୯ ଟିକାକରଣ ଲାଗି ପଞ୍ଜୀକରଣ କରିପାରିବେ। କିଛି ହାତଗଣତି ଅନ୍-ସ୍ପଟ ପଞ୍ଜିକରଣ ଉପଲବ୍ଧ ଥିବାବେଳେ ଚିନ୍ତାମୁକ୍ତ ଅନୁଭୂତି ଲାଗି ଅନ୍ଲାଇନ ପଞ୍ଜିକରଣ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରଯୁକ୍ତିକୁ ବ୍ୟବହାର କରୁନଥିବା ଏବଂ ସ୍ମାର୍ଟଫୋନ୍ ରଖି ନଥିବା ଲୋକମାନଙ୍କୁ ସାହାଯ୍ୟ କରି ଫିନୋ ମର୍ଚାଂଟମାନେ ଦେଶର ନିୟୁତାଧିକ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନଙ୍କ ସହ ଯୋଗ ଦେଇଛନ୍ତି ଯେଉଁମାନେ ପ୍ରଭାବିତ ପରିବାରଗୁଡ଼ିକୁ ନିଃସ୍ୱାର୍ଥପର ସେବା ପ୍ରଦାନ କରୁଛନ୍ତି। ଫିନୋ ମର୍ଚାଣ୍ଟମାନେ ପାଖ ପଡୋଶୀରେ ଅଛନ୍ତି ଏବଂ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ରହିଛନ୍ତି।
ଏ ସମ୍ପର୍କରେ ଅତୁଲ ତ୍ରିବେଦୀ, ବରିଷ୍ଠ ମଣ୍ଡଳ ମୁଖ୍ୟ, ଫିନୋ ପେମେଣ୍ଟସ୍‍ ବ୍ୟାଙ୍କ କହିଛନ୍ତି ଯେ, ଗ୍ରାମାଚଂଳର ଅଧିକାଂଶ ଲୋକ ବିଶେଷ କରି ବରିଷ୍ଠ ନାଗରିକ ଓ ମହିଳାମାନେ ଅନଲାଇନ୍ ପଞ୍ଜୀକରଣ ବିଷୟରେ ଅଜ୍ଞ ଥିବାରୁ ସେମାନେ ଟିକାକରଣରେ ବିଳମ୍ବ କରୁଛନ୍ତି କିମ୍ବା ତାହାକୁ ଏଡ଼ାଇ ଯାଉଛନ୍ତି। ସେମାନଙ୍କୁ ସାହାଯ୍ୟ ଦରକାର ଏବଂ ଏକ ଦାୟିତ୍ୱବାନ ମର୍ଚାଂଟ୍ ଭାବେ ଆମେ ସାହାଯ୍ୟ କରିବାକୁ ପ୍ରସ୍ତୁତ। ଲୋକମାନେ ନିଜ ଆଧାର କାର୍ଡ ସହିତ ଫିନୋ ମର୍ଚାଣ୍ଟମାନଙ୍କ ପାଖରେ ପହଂଚି ଆବଶ୍ୟକ ପଞ୍ଜିକରଣ କରିପାରିବେ। ଟିକାକରଣ ଅଭିଯାନର ପ୍ରଭାବରେ ଉନ୍ନତି ଆଣିବା ଲାଗି ଏହି ମାନବୀୟ ସଙ୍କଟ ସମୟରେ କ୍ଷେତ୍ର ସ୍ଥଳରେ ଏଭଳି କ୍ଷୁଦ୍ର ସହାୟତା କାର୍ଯ୍ୟର ଆବଶ୍ୟକତା ରହିଛି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories