ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ଅନ୍ତର୍ଗତ ପଇଦାପାଟଣା ପଞ୍ଚାୟତର କାର୍ୟ୍ୟାଳୟକୁ ଆଜି ଗ୍ରାମବାସୀ ଘେରାଉ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଆଜି ପଇଦାପାଟଣା ଗ୍ରାମର କିଛି ଲୋକମାନେ ପଞ୍ଚାୟତ କାର୍ୟ୍ୟାଳୟକୁ ପଡ଼ି କାର୍ଡ ଧରି ଚାଉଳ ନେବା ପାଈଁ ଆସିଥିଲେ। ହେଲେ ଅନ୍ୟ ଗ୍ରାମରେ ଚାଉଳ ଦିଆଯାଉଥିବାରୁ ଆଜି ତୁମମାନଙ୍କୁ ଚାଉଳ ଦିଆଯାଇ ପାରିବନି କୁହାଯିବାରୁ ପଞ୍ଚାୟତର ଯୋଗାଣ ସହାୟକଙ୍କ ସହ ଚାଉଳ ନେବାକୁ ଆସିଥିବା ଲୋକମାନଙ୍କ ସହ ଝଗଡା ହୋଇଥିଲା। ଫଳରେ ଲୋକମାନେ ଉତ୍ୟକ୍ତ ହୋଇ ପଞ୍ଚାୟତ ଘେରାଉ କରିବା ସହ ମୁଖ୍ୟ ଫାଟକ ବନ୍ଦ କରିଦେଇଥିଲେ। ସେମାନଙ୍କୁ ଚାଉଳ ନ ମିଳିବା ଯାଏ ପଞ୍ଚାୟତ ଘେରାଉ ଜାରି ରହିବ ବୋଲି ଲୋକମାନେ ପ୍ରକାଶ କରିଥିଲେ। ତେବେ ଆପସ ବୁଝାମଣାରେ ସମସ୍ୟାର ସମାଧାନ ହୋଇଛି।
Popular Categories



