www.samajalive.in
Saturday, December 6, 2025
26.1 C
Bhubaneswar

ଅଶ୍ଳୀଳ ଫୋଟ ଉଠାଇ ବ୍ଲାକ ମେଲିଙ୍ଗ ଅଭିଯୋଗରେ ଯୁବକ ଗିରଫ

ଗୁଣପୁର : ଅଶ୍ଳୀଳ ଫଟୋ ଉଠାଇ ବ୍ଲାକ ମେଲିଙ୍ଗ କରୁଥିବା ଅଭିଯୋଗରେ ଗୁଣପୁର ପୋଲିସ ଜଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଖବର ନେବାରୁ ଜଣାପଡିଛି ଯେ ରାମନାଗୁଡା ଅଞ୍ଚଳରେ ରହୁଥିବା ଗୋଟିଏ ଝିଅର ସେହି ଗ୍ରାମର ଜଣେ ଯୁବକ ବିଭିନ୍ନ ଫଟୋ ଉଠାଇ ବ୍ଲାକ ମେଲିଙ୍ଗ କରି ଧମକ ଚମକ ଦେଇ ଆସୁଥିଲା। ପୋଲିସ କହିବାନୁଯାୟୀ ଝିଅଟି ଶୋଇଥିବା ଅବସ୍ଥାରେ ତାର ଅନେକ ଆପତ୍ତି ଜଣକ ଅବସ୍ଥାର ଫଟୋ ଗୁଡିକୁ କୌଶଳ କ୍ରମେ ରାମନାଗୁଡା ଗ୍ରାମର ଜଳନ୍ଧର (୨୯)ଉଠାଇ ନେଇଥିଲା। କାଳକ୍ରମେ ଝିଅର ମୋବାଇଲକୁ ଉକ୍ତ ଫଟୋ ଗୁଡିକୁ ଛାଡ଼ି ଧମକ ଚମକ ଦେଇ ଆସୁଥିଲା। ଝିଅଟି ଏନେଇ ପରିବାରଙ୍କୁ ଜଣାଇବା ପରେ ଥାନାରେ ଅଭିଯୋଗ କରିଥିଲେ। ଏନେଇ ଗୁଣପୁର ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଆସିଆଇସି ଯଶୋବନ୍ତ ହିଆଲ ତ୍ୱରିତ ପଦକ୍ଷେପ ନେଇ ତଦନ୍ତ ଆରମ୍ଭ କରିଥିଲେ। ୨୪ଘଣ୍ଟା ମଧ୍ୟରେ ଅଭିଯୁକ୍ତ କୁ ଗିରଫ କରିଆଜି କୋର୍ଟ ଚାଲାଣ କରିଛନ୍ତି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories