www.samajalive.in
Monday, December 8, 2025
24.1 C
Bhubaneswar

ସର୍ପାଘାତରେ ଯୁବକର ମୃତ୍ୟୁ

ରେଙ୍ଗାଲି: କୁଚିଣ୍ଡା ସବ୍ ଡିଭିଜନ ମହୁଲପାଲି ଥାନା ଅନ୍ତର୍ଗତ କୁର୍ମିମୁଣ୍ଡା ଗ୍ରାମର ଦୀଲ୍ଲିପ ନାଏକ(୫୨) ନାମକ ଜନୈକ ଯୁବକଙ୍କ ସର୍ପଘାତରେ ମୃତ୍ୟୁ ହୋଇଯାଇଥିବା ପୁଲିସ ସୁତ୍ରରୁ ଜଣାପଡିଛି। ସର୍ପାଘାତ ପରେ ଶ୍ରୀ ନାଏକଙ୍କୁ ପ୍ରଥମେ କୁଚିଣ୍ଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇବାକୁ ଡାକ୍ତର ପରାମର୍ଶ ଦେଇଥିଲେ। କୁଚିଣ୍ଡାରୁ ବୁର୍ଲା ଡାକ୍ତରଖାନକୁ ନିଆଯାଉଥିବା ବେଳେ ଲଇଡା ପାଖରେ ଶ୍ରୀ ନାଏକଙ୍କ ଅବସ୍ଥା ଗୁରୁତର ହୋଇ ନିଃଶ୍ୱାସ/ପ୍ରଶ୍ୱାସ ବନ୍ଦ ହୋଇଯାଇଥିବାର ସନ୍ଦେହ ହେବାରୁ ତାଙ୍କୁ ଲଇଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏସଂକ୍ରାନ୍ତରେ କତରବଗା ଥାନା ଲଇଡା ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଫାଣ୍ଡି ଅଧିକାରୀ ରବୀନ୍ଦ୍ର ପ୍ରଧାନ ଶବକୁ ଜବତ କରି ପଞ୍ଚନାମା କଲା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ପୁଳିସ ତଦନ୍ତରୁ ପ୍ରକାଶ ଯେ ଦୀଲ୍ଲିପ ରାତିରେ ତଳେ ଶୋଇଥିବା ବେଳେ ତାଙ୍କ ଅଣ୍ଡକୋଷରେ ସାପ କାମୁଡି ଦେଇଥିଲା। ସେ ଏସଂକ୍ରାନ୍ତରେ ରାତିରେ ପରିବାର ଲୋକଙ୍କୁ ସେ ଜଣାଇ ନଥିଲେ। ଆଜି ସକାଲୁ ସାପ କାମୁଡିଥିବା ନେଇ ପରିବାର ଲୋକଙ୍କୁ ଜଣାଇବାପରେ ତାଙ୍କୁ କୁଚିଣ୍ଡା ଡାକ୍ତରଖାନାକୁ ଅଣାଯାଇଥିଲା।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories