www.samajalive.in
Tuesday, December 9, 2025
19.1 C
Bhubaneswar

ମିଠା କଲରାର କରାମତି

କାଙ୍କଡ଼କୁ ଦୁନିଆର ସବୁଠାରୁ ପୁଷ୍ଟିଯୁକ୍ତ ପରିବା ବୋଲି କୁହାଯାଏ। ଏହାକୁ ମିଠା କଲରା ସହ ଏହାର ଭିନ୍ନ ଭାଷାରେ ଅନ୍ୟ କେତେକ ନାମ ମଧ୍ୟ ରହିଛି। ବହୁ ସ୍ଥାନରେ ଏହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ। ଏପରି ମଧ୍ୟ କୁହାଯାଏ ଯେ, ଏହାକୁ ନିୟମିତ ଖାଇବା ଶରୀର ପାଇଁ ଖୁବ ଲାଭଦାୟକ ଓ ସ୍ୱାସ୍ଥ୍ୟକୁ ଆବଶ୍ୟକ ମାତ୍ରାରେ ଶକ୍ତି ମଧ୍ୟ ମିଳିଥାଏ। ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ ଓ ଆଇରନ ରହିଛି। ଖାଇବାକୁ ମଧ୍ୟ ସୁଆଦିଆ ଲାଗିଥାଏ। ୧୦୦ ଗ୍ରାମ କାଙ୍କଡ଼ରୁ ପ୍ରାୟ ୧୭ କ୍ୟାଲୋରୀ ଶକ୍ତି ମିଳିଥାଏ। ଯାଦ୍ୱାରା ଏହା ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ। ଜାଣନ୍ତୁ ଏହି ପରିବାର ହିତକାରକ ଗୁଣ ବିଷୟରେ……
ଏହା ରକ୍ତକୁ ସଫା କରିଥାଏ।
ଏହାର ରସକୁ ପିଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଶରୀରର ମେଟାବୋଲିଜିୟମ ଦୃତଗାମୀ ହୋଇଥାଏ।
ପେଟର ବିଭିନ୍ନ ସମସ୍ୟା ଦୂର ହୋଇଥାଏ।
ଏହାକୁ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ପ୍ରଖର ହେବା ସହ ଚକ୍ଷୁ ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।
ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ।
ଶରୀରରେ ଥିବା ବିଭିନ୍ନ ପ୍ରକାରର ଦୂଷିତ ପଦାର୍ଥ ନିଷ୍କାସନ କରିବାରେ ସହାୟକ ହୋଇଥାଏ।
ଓଜନ ହ୍ରାସ କରେ –
କାଙ୍କଡ଼ରେ କ୍ୟାଲୋରୀ ମଧ୍ୟ ବହୁତ କମ। ତେଣୁ ଏହା ଓଜନ କମ କରିବାରେ ସାହାଯ୍ୟ କରିଥାଏ।
କର୍କଟ ରୋଗରୁ ରକ୍ଷା କରେ –
କାଙ୍କଡ଼ରେ ଲ୍ୟୁଟେନ ନାମକ ଏକ କର୍କଟ ବିରୋଧୀ ତତ୍ତ୍ୱ ରହିଛି। ତେଣୁ କାଙ୍କଡ଼କୁ ନିୟମିତ ଖାଦ୍ୟରେ ଖାଇଲେ ଭବିଷ୍ୟତରେ କର୍କଟ ରୋଗର ସମ୍ମୁଖୀନ ହେବାକୁ ପଡ଼ିନଥାଏ।
କାଙ୍କଡ଼କୁ ଖାଇବା ଦ୍ୱାରା ଚକ୍ଷୁ ରୋଗ ଓ ହୃଦଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।
ଥଣ୍ଡା ଓ ଜ୍ୱରରୁ ରକ୍ଷା ମିଳେ –
ଆପଣଙ୍କୁ ଯଦି ଥଣ୍ଡା ଜ୍ୱର ଲାଗି ରହୁଥାଏ, ତେବେ କାଙ୍କଡ଼କୁ ନିୟମତି ଖାଆନ୍ତୁ। ଏହାର ଆଣ୍ଟି-ଆଲର୍ଜିକ ଗୁଣ ରହିଛି। ଯାହା ଥଣ୍ଡା, ଜ୍ୱର, କାଶ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।
ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖେ –
ଏହାକୁ ନିୟମିତ ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହେବା ସହ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୁଏ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories