www.samajalive.in
Tuesday, December 9, 2025
16.1 C
Bhubaneswar

ଡକାୟତି ଯୋଜନା ବେଳେ ୩ ଡକାୟତ ଗିରଫ, ଦୁଇ ଫେରାର

ଗୋପାଳପୁର: ଗୋଳନ୍ଥରା ଥାନା ପୁୁୁୁଲିସକୁ ମିଳିଛି ଏକ ବଡ ସଫଳତା। ମଙ୍ଗଳବାର ରାତିରେ ଟାମଣା ଘାଟି ଅଞ୍ଚଳରେ ଡକାୟତି ଯୋଜନା କରିବା ନିମନ୍ତେ ପ୍ରସ୍ତୁତି ଚଳାଇଥିବା ଏକ ଗ୍ୟାଙ୍ଗକୁ ପୁଲିସ ଧରିବାରେ ସଫଳ ହେବା ସହ ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ସହ ବୋମା ଜବତ କରିଛି। ଗିରଫ ଡକାୟତ କନିସି ହାଟର ସୁମନ ପାତ୍ର, ପ୍ରଦୀପ ଦଳବେହେରା ଓରଫ କଟିଙ୍ଗ ଦିପୁ ଏବଂ ଗୋଶାଣୀ ନୂଆଗାଁ ହରିଜନ ସାହିର ରଂଜିତ ନାୟକ ବୋଲି ପୋଲିସ ସୂଚନା ଦେଇଛି। ପୁଲିସର ସୂଚନା ମୁତାବକ ଏହି ଥାନା ଅନ୍ତର୍ଗତ ଚିକିଟି – ବ୍ରହ୍ମପୁର ରାସ୍ତାରେ ମଧ୍ୟରାତ୍ରିରେ ଟାମଣ ଘାଟି ସନ୍ନିକଟ ଏକ ବସ ରହଣି ନିକଟରେ ରଂଜିତ,ସୁମନ, ପ୍ରଦୀପ ଓ ଅନ୍ୟ ଦୁଇ ମିଶି ବିଭିନ୍ନ ପ୍ରକାର ମାରଣା ଅସ୍ତ୍ର ଧରି ମାଲବାହି ଟ୍ରକ ଚାଳକଙ୍କୁ ଭୟଭୀତ କରି ଡକାୟତି କରିବା ପାଇଁ ଯୋଜନା କରୁଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଓ ଅନ୍ୟ ପୁଲିସ କର୍ମଚାରୀ ମାନେ ସେଠାରେ ଚଢ଼ାଉ କରିଥିଲେ। ଚଢାଉ ସମୟରେ ଘଟଣା ସ୍ଥଳରୁ ଦୁଇ ଜଣ ଡକାୟତ ଚମ୍ପଟ ମାରିବାରେ ସକ୍ଷମ ହୋଇଥିବାବେଳେ ତିନି ଜଣକୁ କାବୁ କରିବାରେ ସକ୍ଷମ ହୋଇଥିଲେ ପୁଲିସ। ସେମାନଙ୍କ ନିକଟରୁ ଦୁଇଟି ଖଣ୍ଡା,ତିନୋଟି ଅଫୁଟା ବୋମା,ଦୁଇଟି ଲୁହାଛଡ, ଦୁଇଟି ଟର୍ଚ୍ଚ ଓ ଦୁଇ ଖାଲି ମଦ ବୋତଲ ସହ ପ୍ଲାଷ୍ଟିକ ଗ୍ଲାସ ଜବତ କରାଯାଇଛି। ପ୍ରଦୀପ,ସୁମନ ଓ ରଂଜିତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତିନି ଜଣଙ୍କ ନାଁରେ ବ୍ରହ୍ମପୁର ପୁଲିଓ ଜିଲାର ବିଭିନ୍ନ ଥାନାରେ ଏକଧିକ ମାମଲା ରହିଥିବା ବେଳେ ଫେରାର ହୋଇଥିବା ଦୁଇ ଡକାୟତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ମହନ୍ତ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories