www.samajalive.in
Monday, December 8, 2025
24.1 C
Bhubaneswar

ଠାକୁରମୁଣ୍ଡାରେ ୟାସର ପ୍ରଭାବ: ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ, ୮୧ ମିଲିମିଟର ବର୍ଷା ରେକର୍ଡ

ଠାକୁରମୁଣ୍ଡା: କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ୟାସର ପ୍ରଭାବରେ ଠାକୁରମୁଣ୍ଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଛ ପଡ଼ି ଯାଇଥିବା ବେଳେ ମୁଖ୍ୟ ରାସ୍ତା ଗୁଡିକରେ ଗଛ ପଡିଯିବାରୁ ରାସ୍ତା କିଛି ସମୟ ପାଇଁ ଅବରୋଧ ହୋଇଯାଇଥିଲା। ଠାକୁରମୁଣ୍ଡା- ଆନନ୍ଦପୁର ସାତକୋଶିଆ ଘାଟି , ଠାକୁରମୁଣ୍ଡା- କରଞ୍ଜିଆ ରାସ୍ତା କେନ୍ଦୁଜିଆଣୀ ଓ ଠାକୁରମୁଣ୍ଡା- କପ୍ତିପଦା ରାସ୍ତା ଦିଲିଙ୍ଗଞ୍ଜ ଠାରେ ଗଛପଡି ଥିବା ବଡ ବଡ ଗଛ ଗୁଡିକୁ ବନ ବିଭାଗ କର୍ମଚାରୀ ମାନେ ଗଛ କାଟି ରାସ୍ତା ଅବରୋଧ ହଟାଇଥିଲେ।ୟାସର ପ୍ରଭାବରେ ବୁଧବାର ଦିନ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଠାକୁରମୁଣ୍ଡାରେ ୮୧ ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଛି।

 

- Advertisement -

ବାତ୍ୟା ପ୍ରଭାବକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦିନ ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରେ ମାଟି ଛପର ଘର ଓ ଦୁର୍ବଳ ଘର ଗୁଡିକରେ ଥିବା ଲୋକ ମନକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ସ୍ୱରୂପ ବିଭିନ୍ନ ଗ୍ରାମପଞ୍ଚାୟତ ଗୁଡିକରେ କରାଯାଇଥିବା ବାତ୍ୟା ଅସ୍ଥାୟୀ ଆଶ୍ରୟସ୍ଥଳୀ ଗୁଡିକରେ ଆଣି ଲୋକମାନଙ୍କୁ ରଖା ଯାଇଥିଲା। ବ୍ଲକ ଅଞ୍ଚଳରେ କରାଯାଇଥିବା ୯୦ ଟି ଆଶ୍ରୟ ସ୍ଥଳୀ ରେ ୫୦୭୪ ଜଣକୁ ରଖାଯାଇଥିଲା। ସେଠାରେ ଲୋକ ମାନକୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଇଥିଲା।ସେହିପରି ଆଶ୍ରୟ ସ୍ଥଳୀ ଗୁଡ଼ିକରେ ଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ, ମାସ୍କ ଓ ସାନିଟିଜର ବ୍ୟବସ୍ଥା କରାଯାଇଥିଲା।ଖବର ଲେଖା ହେବା ସମୟ ୭ଟା ପର୍ଯ୍ୟନ୍ତ ବାତ୍ୟାରେ କ୍ଷୟକ୍ଷତି ସଠିକ୍ ଆକଳନ ହୋଇପାରିନାହିଁ ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories