www.samajalive.in
Sunday, December 7, 2025
23.1 C
Bhubaneswar

କାଶୀପୁରରେ ପୁଣି ଜନନୀ ଯନ୍ତ୍ରଣା,ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

କାଶୀପୁର : ସରକାରଙ୍କ ବହୁ ଯୋଜନା ଅପହଞ୍ଚ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ । କେଉଁଠି ରାସ୍ତା ସମସ୍ୟା ତ ଆଉ କେଉଁଠି ଇଚ୍ଛାଶକ୍ତିର ଅଭାବ । ସେ ଯାହାବି ହେଉ ସବୁ ଥାଇ ମଧ୍ୟ ଯନ୍ତ୍ରଣାରେ ଛଟପଟ ନିରିହ ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳା ।
ରାୟଗଡ ଜିଲା କାଶୀପୁର ବ୍ଲକରେ ପୁଣି  ଜନନୀ ଯନ୍ତ୍ରଣା । ମଙ୍ଗଳବାର ଦିନ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାଶୀପୁର ବ୍ଲକ ସିରିପାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରାପାସ ଗ୍ରାମରେ । ସରାପାସ ଗ୍ରାମର ସାମଦୁ ମାଝୀଙ୍କ ସ୍ତ୍ରୀ ବାସନ୍ତି ମାଝୀ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ବାସନ୍ତିଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର ନିମନ୍ତେ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ୧୦୨ ଆମ୍ବୁଲେନ୍ସ କାଶୀପୁର ଠାରୁ ଆସିଥିଲା ହେଲେ ଗ୍ରାମକୁ ପକ୍କା ରାସ୍ତା ନଥିବାରୁ ପହଞ୍ଚି ପାରିନଥିଲା। ଯାହା ଫଳରେ ଗାଁଠୁ ପ୍ରାୟ  ୨  କିମି ଦୁରରେ ଅଟକି ରହିଥିବା ଆମ୍ବୁଲାନ୍ସ ନିକଟକୁ ଗର୍ଭବତୀ ମହିଳାଙ୍କୁ ୧୦୨ ଆମ୍ବୁଲାନ୍ସ ଚାଳକ ପରୀକ୍ଷିତ ନାଏକଙ୍କ ସହ ଆଶା ଦିଦି ଏବଂ ପରିବାର ଲୋକଙ୍କ ସହାୟତାରେ ଷ୍ଟ୍ରେଚର ବୁହା ହୋଇ ଅଣାଯାଇଥିଲା। ଏହାପରେ ତାଙ୍କୁ କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି  କରାଯାଇଥିଲା। ଏଭଳି ଘଟଣା କାଶୀପୁର ବ୍ଲକରେ ବାରମ୍ବାର ଘଟୁଥିବା ବେଳେ ଏଭଳି ଘଟଣାକୁ ଜିଲା ପ୍ରଶାସନ ହସ୍ତକ୍ଷେପ କରି କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ତୁରନ୍ତ ବାଇକ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ସାଧାରଣ ମହଲରେ ଦାବି ହେଉଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories