www.samajalive.in
Monday, December 8, 2025
13.1 C
Bhubaneswar

ଯୁବକଙ୍କୁ ଚାପୁଡା ମାରି, ମୋବାଇଲ ଭାଙ୍ଗି ଜିଲାପାଳ ହଟିଲେ

ଋାୟପୁର: ଛତିଶଗଡର ସୁରଜପୁର ଜିଲାର ଜିଲାପାଳ ରଣବୀର ଶର୍ମା ନିଜ କ୍ଷମତାର ଅପବ୍ୟବହାର କରି ରାସ୍ତାରେ ଜଣେ ଯୁବକଙ୍କୁ ଚାପୁଡା ମାରିବା ଏବଂ ତାଙ୍କ ମୋବାଇଲ ଫୋପାଡି ଭାଙ୍ଗିଦେବା ଘଟଣାରେ ତାଙ୍କୁ ଜିଲାପାଳ ପଦବୀରୁ ହଟାଇ ଦିଆଯାଇଛି। ଏହି ଅଭିଯୋଗ ପାଇବା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଘଟଣାକୁ ଦୁଃଖଦ ଓ ନିନ୍ଦନୀୟ ବୋଲି କହିବା ସହିତ ଶ୍ରୀ ଶର୍ମାଙ୍କୁ ତୁରନ୍ତ ଜିଲାପାଳ ପଦବୀରୁ ହଟାଇଛନ୍ତି। ତାଙ୍କ ସ୍ଥାନରେ ଗୋ÷ରବ କୁମାର ସିଂହଙ୍କୁ ସୁରଜପୁରର ନୂଆ ଜିଲାପାଳ ଭାବେ ନିଯୁକ୍ତ କରାଯାଇଛି।
ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଏକ ଭିଡିଓରୁ ଦେଖିବାକୁ ମିଳିଛି ଯେ ଛତିଶଗଡରେ ତାଲାବନ୍ଦ କାର୍ଯ୍ୟକାରୀ ହେଉଥିବାବେଳେ ଜଣେ ଯୁବକ ଶନିବାର ଦିନ କିଛି ଔଷଧ କିଣିବାକୁ ଚାଲିଚାଲି ବାହାରକୁ ଆସିଥିଲେ। କୋଭିଡ ନିୟମାବଳୀ ଅନୁପାଳନ କରି ସେ ତୁଣ୍ଡି ମଧ୍ୟ ପିନ୍ଧିଥିଲେ। ତେବେ ସେହି ସମୟରେ ଜିଲାପାଳ ରଣବୀର ଶର୍ମା ସେଠାରେ ପହଞ୍ଚି ଉକ୍ତ ଯୁବକଙ୍କୁ ବାହାରକୁ ଆସିଥିବା କାରଣ ପଚାରିବା ସହିତ ତାଙ୍କ ମୋବାଇଲକୁ ରାସ୍ତାରେ କଚାଡି ଭାଙ୍ଗି ଦେଇଥିଲେ ଏବଂ ତାଙ୍କୁ ଚାପୁଡା ମାରିଥିଲେ। ଏପରିକି ଜିଲାପାଳଙ୍କ ନିର୍ଦ୍ଦେଶରେ ସହିତ ଉପସ୍ଥିତ ଥିବା ପୁଲିସ କର୍ମଚାରୀଙ୍କ ମଧ୍ୟରୁ ଜଣେ ତାଙ୍କୁ ଲାଠିରେ ମଧ୍ୟ ମାରିଥିବା ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହେବାପରେ ଆଇଏଏସ ଆସୋସିଏସନ ମଧ୍ୟ ଶ୍ରୀ ଶର୍ମାଙ୍କର ଏତାଦୃଶ କାର୍ଯ୍ୟକୁ ନିନ୍ଦା କରିଥିଲା। ପରେ ଅବଶ୍ୟ ଜିଲାପାଳ ଏଥିପାଇଁ କ୍ଷମା ମାଗିଥିଲେ। କିନ୍ତୁ ଏ ସର୍ମ୍ପକରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ବାଘେଲ ଅବଗତ ହେବାପରେ ତୁରନ୍ତ ତାଙ୍କୁ ଜିଲାପାଳ ପଦବୀରୁ ହଟାଇ ରାଜ୍ୟ ସଚିବାଳୟକୁ ଆଣିବା ସହିତ ତାଙ୍କ ସ୍ଥାନରେ ଗୋ÷ରବ କୁମାର ସିଂହଙ୍କୁ ସୁରଜପୁରର ଜିଲାପାଳ ଭାବରେ ନିଯୁକ୍ତି ଦେଇଛନ୍ତି। ଭବିଷ୍ୟତରେ ଏଭଳି କାର୍ଯ୍ୟ ଗ୍ରହଣୀୟ ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ସହିତ ଏହାର ନିନ୍ଦା କରିଛନ୍ତି।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories