www.samajalive.in
Monday, December 8, 2025
27.1 C
Bhubaneswar

ଓଡ଼ିଶାରୁ ୧୫ ରାଜ୍ୟକୁ ପଠାଗଲାଣି ୨୦ ହଜାର ୭ ମେଟ୍ରିକ ଟନ ଅମ୍ଳଜାନ

ଭୁବନେଶ୍ଵର: କରୋନା ମହାମାରୀ ସମୟରେ ଅମ୍ଳଜାନ ସଙ୍କଟ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ଦେଶରେ କୌଣସି ନା କୌଣସି ସ୍ଥାନରେ ଅମ୍ଳଜାନ ଅଭାବରୁ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି। ଏଭଳି ପରିସ୍ଥିତିରେ ଓଡ଼ିଶା ବିଭିନ୍ନ ରାଜ୍ୟକୁ ମେଡିକାଲ ଅମ୍ଳଜାନ ଯୋଗାଇବା କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରୁ ୧୫ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ୧୦୯୧ ଟ୍ୟାଙ୍କର ଜରିଆରେ ୨୦ ହଜାର ୭ ମେଟ୍ରିକ ଟନ୍‌ ମେଡିକାଲ ଅମ୍ଳଜାନ ଯୋଗାଣ ହୋଇଛି। ଏ ନେଇ ରାଜ୍ୟ ପୁଲିସ ମୁଖ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ରାଉରକେଳା, ଯାଜପୁର, ଢେଙ୍କାନାଳ ଏବଂ ଅନୁଗୋଳ ଜିଲାରୁ ଏହିସବୁ ଅମ୍ଳଜାନ ଯୋଗାଣ ହୋଇଛି। ଗତ ୩୧ ଦିନ ମଧ୍ୟରେ ଅନୁଗୋଳ ଜିଲାରୁ ୧୦୦ ଟ୍ୟାଙ୍କର ଜରିଆରେ ୧୬୧୧.୫୮୨ ମେଟ୍ରିକ ଟନ ଅମ୍ଳଜାନ ଯୋଗାଣ କରାଯାଇଛି। ସେହିପରି ଢେଙ୍କାନାଳରୁ ୨୬୫ ଟ୍ୟାଙ୍କରରେ ୪୨୬୯.୫ ମେଟ୍ରିକ ଟନ, ଯାଜପୁରରୁ ୨୫୨ ଟ୍ୟାଙ୍କରରେ ୫୧୬୬.୩୨୭ ମେଟ୍ରିକ ଟନ ଏବଂ ରାଉରକେଲାରୁ ୪୭୪ ଟ୍ୟାଙ୍କର ଯୋଗେ ୮୯୫୯.୯୨୭ ମେଟ୍ରିକ ଟନ ଅମ୍ଳଜାନ ଯୋଗାଇ ଦିଆଯାଇଛି।

- Advertisement -

ଅମ୍ଳଜାନ ଯୋଗାଣ ହୋଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦଶେକୁ ୩୪୦ ଟ୍ୟାଙ୍କରରେ ୬୬୯୩.୦୭୪ ମେଟ୍ରିକ ଟନ୍‌, ତେଲେଙ୍ଗାନାକୁ ୨୭୮ ଟ୍ୟାଙ୍କରରେ ୪୭୪୪.୦୪୯ ମେଟ୍ରିକ ଟନ, ତାମିଲନାଡ଼ୁକୁ ୭୮ ଟ୍ୟାଙ୍କରରେ ୧୩୮୨.୬୬୭ ମେଟ୍ରିକ ଟନ, ହରିୟାଣାକୁ ୧୪୯ ଟ୍ୟାଙ୍କରରେ ୨୭୫୩.୨୩୩ ମେଟ୍ରିକ ଟନ, ମହାରାଷ୍ଟ୍ରକୁ ୪୧ ଟ୍ୟାଙ୍କରରେ ୬୬୦.୦୫୧ ମେଟ୍ରିକ ଟନ, ଛତିଶଗଡ଼କୁ ୩୭ ଟ୍ୟାଙ୍କରରେ ୫୯୮.୩୫ ମେଟ୍ରିକ ଟନ ଅମ୍ଳଜାନ ପଠାଯାଇଛି। ସେହିପରି ମଧ୍ୟପ୍ରଦେଶକୁ ୬୫ ଟ୍ୟାଙ୍କରରେ ୧୧୪୭.୭୬, ଉତ୍ତରପ୍ରଦେଶକୁ ୫୮ ଟ୍ୟାଙ୍କରରେ ୧୧୫୪.୮୯୨ ମେଟ୍ରିକ ଟନ ଅମ୍ଳଜାନ ପଠାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories