www.samajalive.in
Monday, December 8, 2025
24.1 C
Bhubaneswar

ଦୁଇ ବେଆଇନ ନିଦାନ କେନ୍ଦ୍ର ସିଲ୍ କଲା ପ୍ରଶାସନ

ପାଟଣା : ଘଟଗାଁ ବ୍ଲକସ୍ତରୀୟ କରୋନା ନିୟମ ତଦାରଖକାରୀ ସମିତି ତରଫରୁ ଆଜି ସକାଳେ ଅତର୍କିତ ଚଢ଼ାଉ କରାଯାଇ ଢେଙ୍କିକୋଟ ଡାକ୍ତରଖାନା ସାମ୍ନାରେ ଥିବା ଦୁଇଟି ବେଆଇନ ନିଦାନ କେନ୍ଦ୍ରକୁ ସିଲ୍ କରାଯାଇଛି। ସେମାନେ ବିନା କାଗଜପତ୍ରରେ ଓ ଅନୁମତିରେ ପରୀକ୍ଷା କରିବା ସହ ରୋଗୀ ଚିକିତ୍ସା ମଧ୍ୟ କରୁଥିବା ଦେଖାଯାଇଥିଲା।

ଖବରରୁ ପ୍ରକାଶ ଯେ, ଗଣ୍ଡଶିଳାର କେଦାରନାଥ ମହାନ୍ତ ଓ ଭୋଳବେଡାର ରମ୍ୟରଂଜନ ମହାନାୟକ ଢେଙ୍କିକୋଟ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସାମ୍ନାରେ ଦୀର୍ଘଦିନ ହେବ ବେଆଇନ ଭାବେ ନିଦାନ କେନ୍ଦ୍ର ଖୋଲି ରକ୍ତ ମଳ ମୂତ୍ର ଓ ଅନ୍ୟାନ୍ୟ ପରୀକ୍ଷା କରିବା ବ୍ୟତୀତ ରୋଗୀ ଚିକିତ୍ସା ମଧ୍ୟ କରୁଥିବାର ଅଭିଯୋଗ ହେଇଆସୁଥିଲା। ଆଜି ସେଠାରେ ତଦାରଖକାରୀ ସମିତି ଅଚାନକ ଚଢ଼ାଉ କରି କାଗଜପତ୍ର ଜବତ କରିବା ସହ ଯାଞ୍ଚ କରୁଅଛି। ଖୁବ ଶୀଘ୍ର ସେମାନଙ୍କ ଉପରେ ତଦନ୍ତ ଆଧାରରେ ଜୋରିମାନା କରାଯିବ ବୋଲି ପ୍ରଶାସନ ପ୍ରକାଶ କରିଛି। ଆଜିର ଏହି ଚଢ଼ାଉରେ ତହସିଲଦାର ଜନକ କୁମାର ନାୟକ, ବିଡ଼ିଓ ନାରାୟଣ ସାହୁ, ଡାକ୍ତର ଆଶ୍ରିତ ଆଚାର୍ୟ୍ୟ ଓ ଏବିଡ଼ିଓ ଚିତ୍ତରଞ୍ଜନ ନାୟକ ସାମିଲ ଥିବା ଜଣାଯାଇଛି। ଢେଙ୍କିକୋଟରେ ବେଆଇନ ଭାବେ ରୋଗୀ ଚିକିତ୍ସା କରୁଥିବା ଆଉ କେତେକ ଘରୋଇ ଚିକିତ୍ସା କେନ୍ଦ୍ର ଚଢ଼ାଉ ଭୟରେ ଏହାକୁ ବନ୍ଦ କରି ଖସି ପଳେଇଥିବା ଜଣାପଡିଛି। ଖୁବ ଶୀଘ୍ର ବ୍ଲକର ଅନ୍ୟାନ୍ୟ ଅଞ୍ଚଳରେ ଏହି ବେଆଇନ ଚିକିତ୍ସା କେନ୍ଦ୍ର ଗୁଡିକୁ ଜଉମୁଦ କରାଯାଇ ଦଣ୍ଡିତ କରାଯିବ ବୋଲି ପ୍ରଶାସନ ତରଫରୁ ପ୍ରକାଶ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories