www.samajalive.in
Monday, December 8, 2025
27.1 C
Bhubaneswar

ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଅବସରପ୍ରାପ୍ତ ଉପବିଭାଗୀୟ ଅଧିକାରୀ ଗିରିଜା ଶଙ୍କର ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଅବସରପ୍ରାପ୍ତ ଉପବିଭାଗୀୟ ଅଧିକାରୀ ଗିରିଜା ଶଙ୍କର ମହାପାତ୍ରଙ୍କର ଚଳିତ ମାସ ୨୦ ତାରିଖରେ ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ ମଧୁମେହ, ରକ୍ତଚାପ ଜନିତ ରୋଗରେ ପୀଡିତ ରହି କିଛି ଦିନ ହେବ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ I ତାଙ୍କ ଦେହାନ୍ତ ଖବର ପାଇ ବାଣପୁର କୁମାରଙ୍ଗା ଶାସନ ସ୍ଥିତ ପୈତୃକ ଗ୍ରାମ, ଭୁବନେଶ୍ୱର ରସୁଲଗଡ ଅଞ୍ଚଳ ତଥା କାର୍ଯ୍ୟାଳୟ ସହକର୍ମୀ ମହଲରେ ଶୋକର ଛାୟା ଖେଳି ଯାଇଛି I ଅତ୍ୟନ୍ତ ମିଷ୍ଟଭାଷୀ, ପରୋପକାରୀ ତଥା କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବେ ସେ ଖୁବ ପରିଚିତ ଥିଲେ I ମୃତ୍ୟୁ ସମୟରେ ତାଙ୍କ ନିକଟରେ ପତ୍ନୀ ସବିତା ମହାପାତ୍ରଙ୍କ ସହ ପୁଅ, ବୋହୁ, ଝିଅ, ଜ୍ୱାଇଁ ଓ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories