www.samajalive.in
Monday, December 8, 2025
13.1 C
Bhubaneswar

ଆଣ୍ଟିବଡି ପରୀକ୍ଷା ନିମନ୍ତେ ଡିଆର୍‍ଡିଓର ଡିପକୋଭାନ୍‍

ନୂଆଦିଲ୍ଲୀ : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆର୍‍ଡିଓ) ଆଣ୍ଟିବଡି ପରୀକ୍ଷା ନିମନ୍ତେ ଡିପକୋଭାନ୍‍ ନାମକ ଏକ କିଟ୍‍ ପ୍ରସ୍ତୁତ କରିଛି। ଏହି କିଟ୍‍ ସେରୋସର୍ଭେଲାନ୍ସ କ୍ଷେତ୍ରରେ ଅତ୍ୟନ୍ତ ଫଳପ୍ରଦ ବୋଲି କୁହାଯାଇଛି। ଏହି କିଟ୍‍ ସହାୟତାରେ କୋଭିଡ୍‍-୧୯ ମହାମାରୀ ଏବଂ କୌଣସି ବ୍ୟକ୍ତି ପୂର୍ବରୁ କରୋନା ଭୂତାଣୁ ସଂକ୍ରମର ସଂସ୍ପର୍ଶରେ ଆସିଛନ୍ତି କି ନାହିଁ ଜଣାପଡ଼ିବ। ଡିଆର୍‍ଡିଓ କହିଛି, ଏହି କିଟ୍‍ର ଫଳାଫଳ ୯୯ ପ୍ରତିଶତ ସଫଳ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି କିଟ୍‍ ଆସନ୍ତା ମାସ ପ୍ରଥମ ସପ୍ତାହରେ ବଜାରରେ ଉପଲବ୍ଧ ହେବ। କେବଳ ୭୫ ମିନିଟ୍‍ ସମୟ ମଧ୍ୟରେ ଏଥିରୁ ଫଳାଫଳ ଜାଣି ହେବ। ମାତ୍ର ୭୫ ଟଙ୍କାରେ ମିଳିବାକୁ ଥିବା ଏହି କିଟ୍‍ ୧୮ ମାସ ଯାଏଁ କାର୍ଯ୍ୟ କରିବ।

ଦିଲ୍ଲୀର କେତେକ ହସ୍ପିଟାଲରେ ୧ ହଜାରରୁ ଊର୍ଦ୍ଧ୍ବ ରୋଗୀଙ୍କ କ୍ଷେତ୍ରରେ ଏହି କିଟ୍‍ର ସଫଳ ପରୀକ୍ଷଣ କରାଯାଇଛି ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ ଗତ ମାସରେ ଏହାକୁ ସ୍ୱୀକୃତି ଦେଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍‍ଡିଓର ଏଭଳି
ସଫଳ ପ୍ରଚେଷ୍ଟାକୁ ଭୂୟସୀ ପ୍ରଶଂସା କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories