ଜିଲ୍ଲାପାଳ କ୍ଷମତା ବ୍ୟବହାର କରି ପଣ୍ଡିକୋଟ ପଂଚାୟତକୁ ୫ଦିନ ପାଇଁ ସମ୍ପୂର୍ଣ୍ଣ ସଟଡାଉନ କଲେ ସରପଞ୍ଚ

ନବରଙ୍ଗପୁର/ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଂଚାୟତ ସରପଞ୍ଚ ଜିଲ୍ଲାପାଳ କ୍ଷମତା ବ୍ୟବହାର କରି ପଂଚାୟତକୁ ୫ଦିନ ପାଇଁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି।

ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଂଚାୟତରେ କିଛିଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସାଙ୍ଗକୁ ଆଜି ଚାନ୍ଦିଲି ଗ୍ରାମର ନୂଆଗୁଡା ଗ୍ରାମର ଜଣେ କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ପଂଚାୟତକୁ ୫ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ପାଣ୍ଡିକୋଟ ସରପଞ୍ଚ ଡମାଇ ଭତରା । ଏହି ସଟଡାଉନ ସମୟରେ କେବଳ ଅତ୍ୟନ୍ତ ଜରୁରୀ ସେବା ବ୍ୟତୀତ ବଳକା ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।

Comments are closed.