www.samajalive.in
Wednesday, December 10, 2025
18.1 C
Bhubaneswar

ବ୍ଲାକ୍‌ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର

ଜୟପୁର: କରୋନାଠାରୁ ଅଧିକ ପ୍ରାଣଘାତୀ ହେଲାଣି ବ୍ଲାକ୍‌ ଫଙ୍ଗସ୍‌। କରୋନାରୁ ରୋଗୀ ସୁସ୍ଥ ହେବା ପରେ ବି ବ୍ଲାକ୍‌ ଫଙ୍ଗସ ସେମାନଙ୍କ ଜୀବନ ନେଇଯାଉଛି। ଏହି ଫଙ୍ଗସ୍‌ ଦ୍ବାରା ସୃଷ୍ଟି ହେଉଥିବା ମ୍ୟୁକୋର ମାଇକୋସିସ୍‌ ଯୋଗୁ ରୋଗୀ ସବୁଦିନ ପାଇଁ ନିଜର ଚକ୍ଷୁ ହରାଉଛନ୍ତି, ଏପରି କି ଜୀବନ ମଧ୍ୟ ହରାଉଛନ୍ତି। ଏହାର ଭୟାବହତାକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ବ୍ଲାକ ଫଙ୍ଗସ୍‌କୁ ମହାମାରୀ ଘୋଷଣା କରିଛନ୍ତି। ବ୍ଲାକ୍‌ ଫଙ୍ଗସ ଦିନକୁ ଦିନ ଭୟଙ୍କର ରୂପେ ନେବାରେ ଲାଗିଛି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି। ତେଣୁ ଏଥିପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ ବୋଲି ସେ କହିଛନ୍ତି।

ଆମେରିକାର ସିଡିସି ଅନୁସାରେ, ମ୍ୟୁକୋର ମାଇକୋସିସ୍‌ ବା ବ୍ଲାକ ଫଙ୍ଗସ ଏକ ବିରଳ ଫଙ୍ଗଲ ସଂକ୍ରମଣ। କିନ୍ତୁ ଏହା ଦ୍ବାରା ସୃଷ୍ଟି ହେଉଥିବା ସଂକ୍ରମଣ ଅତି ଗମ୍ଭୀର। ଯାହା ଏକ ଗୋଷ୍ଠୀର କବକ ଦ୍ବାରା ହୋଇଥାଏ। ଏଗୁଡ଼ିକ ସାଧାରଣ ପରିବେଶରେ ଜୀବିତ ରହିଥାନ୍ତି। ଏଗୁଡ଼ିକ ଫୁସଫୁସକୁ ବେଶୀ ପ୍ରଭାବିତ କରିଥାଏ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories