www.samajalive.in
Monday, December 8, 2025
27.1 C
Bhubaneswar

ଜାଣନ୍ତୁ ନିଜ ସ୍ୱଭାବ ଓ କିଛି ଜଣାଅଜଣା କଥା

ଜ୍ୟୋତିଷ ଶାସ୍ତ୍ରରେ ଜନ୍ମବାରର ବିଶେଷ ମହତ୍ତ୍ୱ ରହିଛି। ଜନ୍ମବାରର ସ୍ୱାମୀ, ଗ୍ରହ ଅନୁଯାୟୀ ବ୍ୟକ୍ତିର ସ୍ୱଭାବ ବିଷୟରେ ବହୁ କିଛି ତଥ୍ୟ ଜଣାଇଥାଆନ୍ତି। ବ୍ୟକ୍ତିର ସ୍ୱଭାବ କିପରି, ତାହା ତା’ର ଜନ୍ମବାର ଉପରେ ନିର୍ଭର କରିଥାଏ ବୋଲି ମାନ୍ୟତା ରହିଛି। ଜାଣନ୍ତୁ ବାର ଅନୁସାରେ କିଭଳି ଅଟେ ବ୍ୟକ୍ତିଙ୍କ ସ୍ୱଭାବ ……..
ସୋମବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ମନୁଆ (ମୁଡ୍ଡି ) ସ୍ୱଭାବର ଅଟନ୍ତି। ବିବାହପରେ ଏମାନଙ୍କ ଭାଗ୍ୟରେ ଅଧିକ ସଫଳତା ମିଳିଥାଏ। ନିଜ ସମ୍ପର୍କ ପ୍ରତି ଏମାନେ ଖୁବ ଯତ୍ନବାନ ଅଟନ୍ତି।
ମଙ୍ଗଳବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା କ୍ରୋଧି ଅଟନ୍ତି। ପିଲାବେଳେ ରୋଗଗ୍ରସ୍ତ ରହିଥାଆନ୍ତି। ଖଳ ପ୍ରକୃତିର ଲୋକଙ୍କ ଠାରୁ ଏମାନେ ନିଜକୁ ଦୂରେଇ ରଖିବା ଉଚିତ।
ବୁଧବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ଧନବାନ ଅଟନ୍ତି। ମାତ୍ର ନିଜର ଅଂହକାରକୁ ନିୟନ୍ତ୍ରଣ ରଖିବା ଦ୍ୱାରା ଏଭଳି ବ୍ୟକ୍ତି ଅଧିକ ସଫଳତା ପାଇଥାଆନ୍ତି।
ଗୁରୁବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ଭାଗ୍ୟଶାଳୀ ଅଟନ୍ତି। ଏମାନଙ୍କୁ ଖୁବ ମାନସମ୍ମାନ ମିଳିଥାଏ। ଅନ୍ୟମାନଙ୍କୁ ଅନ୍ଧ ଭଳି ବିଶ୍ୱାସ କରନ୍ତୁ ନାହିଁ।
ଶୁକ୍ରବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ଆଧ୍ୟାତ୍ମିକ ସ୍ୱଭାବର ଅଟନ୍ତି। ଭଗବାନଙ୍କ ବିଶେଷ କୃପା ଏମାନଙ୍କ ଉପରେ ଥାଏ। ଏମାନେ କାର୍ୟ୍ୟରେ ଅବହେଳା କରିବା ଉଚିତ ନୁହେଁ।
ଶନିବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ଜୀବନରେ ବହୁ ବାଧାବିଘ୍ନ ଅତିକ୍ରମ କରି ସଫଳତା ପାଇପାରିଥାଆନ୍ତି।
ରବିବାର – ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବା ମହିଳା ନିଜ ସ୍ୱାସ୍ଥ୍ୟ ଉପରେ ଯତ୍ନ ନନେବା ଦ୍ୱାରା ରୋଗଗ୍ରସ୍ତ ହୋଇଥାଆନ୍ତି। କଷ୍ଟ କରି ଜୀବନରେ ସଫଳତା ପାଇଥାଆନ୍ତି।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories