www.samajalive.in
Friday, December 12, 2025
19.1 C
Bhubaneswar

କରୋନାରେ ଚାଲିଗଲେ ଅଭିନେତା ଯମ ମହାରାଜ, କନ୍ଧମାଳ ଜିଲାରେ ଶୋକର ଛାୟା

ଫୁଲବାଣୀ :କନ୍ଧମାଳ ଜିଲା ଫିରିଙ୍ଗିଆ ସହରର ଜଣାଶୁଣା ମଞ୍ଚ କଳାକାର ବାସୁଦେବ ସାହୁଙ୍କ ମଙ୍ଗଳବାର ସକାଳୁ ଚିକିତ୍ସିତ ଅବସ୍ଥାରେ କୋଭିଡ଼୍ ମେଡ଼ିକାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ଏହି ଖବର ପ୍ରକାରିତ ପରେ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି। ସ୍ୱର୍ଗତ ବାସୁଦେବ ସାହୁ କନ୍ଧମାଳ ଜିଲାର ଜଣେ ସଫଳ ମଞ୍ଚ ଅଭିନେତା ଭାବେ ବେଶ୍ ପରିଚିତ ଥିଲେ। ସମାଜ ସେବା କ୍ଷେତ୍ରରେ ମଧ୍ୟ ସେ ବେସ୍ ଆଗରେ ଥିଲେ। କରୋନାର ଦ୍ୱିତୀୟ ଲହରି ଆରମ୍ଭରେ ସେ ଫିରିଙ୍ଗିଆ ପୁଲିସ ପକ୍ଷରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ନିଜକୁ ଯମ ମହାରାଜ ବେଶରେ ସଜାଇ ଅଞ୍ଚଳରେ ସଚେତନ ସୃଷ୍ଟି କରି ମଧ୍ୟ ବେଶ୍ ଚର୍ଚ୍ଚାରେ ଥିଲେ। ନିଜକୁ ଯମ ମହାରାଜଙ୍କ ଭୂମିକାରେ ଅଭିନୟ କରି ଫିରିଙ୍ଗିଆ ସହରଠାରୁ ଆରମ୍ଭ କରି ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ମଧ୍ୟ ସଚେତନତା ବାର୍ତ୍ତା ଦେଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

 

- Advertisement -

ଗତ କିଛିଦିନ ତଳେ ଯିଏ କରୋନାକୁ ନେଇ ଗାଁ ଗାଁରେ ସଚେତନତା ସୃଷ୍ଟି କରୁଥିଲେ ଆଜି ତାଙ୍କର କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ଖବର ସମସ୍ତଙ୍କ ଏକ ପ୍ରକାର ଚକିତ କରିଛି। ଏହି ଖବରରେ ଅଞ୍ଚଳବାସୀ ସ୍ତବ୍ଧ ହୋଇ ପଡ଼ିଛନ୍ତି। ସ୍ୱର୍ଗତ ସାହୁ ଫିରିଙ୍ଗିଆର ବରିଷ୍ଠ ସାମ୍ବାଦିକ ମହାଦେବ ସାହୁଙ୍କ ବଡଭାଇ। କୋଭିଡ ମେଡିକାଲରୁ ତାଙ୍କ ଶବ ଫିରିଙ୍ଗିଆରେ ପହଞ୍ଚିବା ପରେ ପ୍ରସାସନ ପକ୍ଷରୁ ଚିହ୍ନଟ ଶ୍ମଶାନରେ ତାଙ୍କର କୋଭିଡ଼୍ ନିୟମ ପ୍ରକାରେ ମୃତଦେହ ସତ୍କାର କରାଯାଇଛି। ମୃତଦେହ ସତ୍କାର ସମୟରେ ଫିରିଙ୍ଗିଆ ବିଡିଓ ରଶ୍ମି ରଞ୍ଜନ ମହନ୍ତଙ୍କ ସହ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମିଲନ କୁମାର ପ୍ରଧାନ, ରାଜସ୍ୱ ନୀରିକ୍ଷକ ବାସୁଦେବ ବେହେରା, ବନ୍ଧଗଡ ରାଜସ୍ବ ନୀରିକ୍ଷକ ବାଳକୃଷ୍ଣ ବେହେରା, ଫିରିଙ୍ଗିଆ ଥାନା ଏଏସଆଇ ଉଦୟନାଥ ଆଚାର୍ଯ୍ୟ, ତହସିଲଦାର ଅଭିନାଶ ମାହାର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସ୍ୱର୍ଗତ ସାହୁଙ୍କ ବଡପୁଅ ଦେବାଶିଷ ସାହୁ ମୁଖାଗ୍ନି ଦେଇଥିବାବେଳେ ସାମାଜିକ ଦୁରତା ରକ୍ଷାକରିବା ସହ କୋଭିଡ ନିୟମ ପାଳନ କରାଯାଇ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲ।
ପ୍ରକାଶ ଯେ, ଗତ କିଛିଦିନ ତଳେ ସ୍ୱର୍ଗତ ସାହୁ ଅସୁସ୍ଥ ହୋଇ ପଡ଼ିଥିଲେ। ସେହି ସମୟରେ କୋଭିଡ଼୍ ପରୀକ୍ଷାରେ ସେ ପଜିଟିଭ ଚିହ୍ନଟ ହେବାରୁ ତାଙ୍କୁ ଚିକିତ୍ସା ପାଇଁ କୋଭିଡ଼୍ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲ। ଚିକିତ୍ସିତ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା ପ୍ରକାଶ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories