Patra electronics

ବିଶ୍ୱବାସୀଙ୍କ ପାଇଁ ୮୦ ନିୟୁତ ଟିକା ଯୋଗାଇବାକୁ ବାଇଡେନଙ୍କ ଘୋଷଣା

ଭାରତକୁ କୋଭିଡ ମୁକାବିଲା ସହାୟତା ଜାରି ରହିବ

ୱାଶିଂଟନ: ବିଶ୍ୱର ସମସ୍ତ ରାଷ୍ଟ୍ରକୁ ଆମେରିକା କୋଭିଡ ବିରୋଧୀ ମୁକାବିଲା ନିମନ୍ତେ ଟିକା ଯୋଗାଇଦେବ। ଆସନ୍ତା ଛଅ ସପ୍ତାହ ମଧ୍ୟରେ ଏହା ୮୦ ନିୟୁତ କୋଭିଡ ଟିକା ଯୋଗାଇବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‍। ସେ କହିଛନ୍ତି, ତାଙ୍କ ରାଷ୍ଟ୍ର ଟିକା ଯୋଗାଣରେ ବିଶ୍ୱରେ ପ୍ରମୁଖ ସ୍ଥାନ ନେବ। ଏହା ଆଷ୍ଟ୍ରାଜେନେକା କୋଭିଡ ଟିକା ଯୋଗାଇଦେବ।
ଏହି ଅବସରରେ ବାଇଡେନ କହିଛନ୍ତି, ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ସହଭାଗୀ ରାଷ୍ଟ୍ର ଭାରତ ସଂପ୍ରତି କୋଭିଡ ବିରୁଦ୍ଧରେ ଲଢେଇ କରୁଥିବାବେଳେ ଉକ୍ତ ରାଷ୍ଟ୍ରକୁ ବହୁବିଧ ସହାୟତା ଯୋଗାଣ ଜାରି ରହିବ। ପୂର୍ବରୁ ସେ ଭାରତକୁ ୧୦୦ ନିୟୁତ ଡଲାର ମୂଲ୍ୟର ସହାୟତା ଯୋଗାଇଦେବାକୁ ଘୋଷଣା କରିଥିଲେ। ଭାରତରେ କୋଭିଡ ବିରୁଦ୍ଧରେ ଚାଲିଥିବା ଲଢେଇକୁ ନେଇ ବାଇଡେନ ସଂପୂର୍ଣ୍ଣ ତଥ୍ୟ ରଖୁଥିବା ସୂଚନା ଦେଇଛନ୍ତି ହ୍ୱାଇଟ ହାଉସ ପ୍ରେସ ସଚିବ ଜେନ ପାସ୍କି। ସେ କହିଛନ୍ତି ଯେ ଭାରତକୁ ଚିକିତ୍ସା ସହାୟତା ଏବଂ ଆନୁଷଙ୍ଗିକ ସାମଗ୍ରୀ ଧରି ଆମେରିକାରୁ ସାତଥର ବିମାନ ଭାରତକୁ ଉଡାଣ କରିସାରିଛି।

Comments are closed.