www.samajalive.in
Wednesday, December 10, 2025
18.1 C
Bhubaneswar

ଯୁବ ସଂଗଠନ ପକ୍ଷରୁ ଆଠଗଡ ସହରାଞ୍ଚଳରେ ବିଶୋଧନ

ଆଠଗଡ: ଆଠଗଡ ଯୁବ ସଂଗଠନ ପକ୍ଷରୁ ସୋମବାର ଯୁବସଂଗଠକ ଅଭୟ କୁମାର ବାରିକଙ୍କ ନେତୃତ୍ୱରେ ସମଗ୍ର ସହରାଞ୍ଚଳକୁ ବିଶୋଧନ କରାଯାଇଥିଲା। କରୋନା ମହାମାରୀର ୨ୟ ପର୍ଯ୍ୟାୟ ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ କରୋନା ସଂକ୍ରମଣ ଭୟଙ୍କର ରୂପନେଇ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି। ଆଠଗଡ ସହରରେ ମଧ୍ୟ ପ୍ରାୟ ସମସ୍ତ ୱାର୍ଡରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଏହି ସମୟରେ ପ୍ରଶାସନ ବା ଏନଏସି କର୍ତ୍ତୃପକ୍ଷଙ୍କ ଦ୍ୱାରା କୌଣସି ଅଞ୍ଚଳରେ ବିଶୋଧନ କାର୍ଯ୍ୟକ୍ରମ କରାଯାଉନାହିଁ। ଏଥିପାଇଁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ପୂର୍ବରୁ କରୋନା ମହାମାରୀରୁ ରକ୍ଷା ପାଇଁ ଯୁବ ସଂଗଠନ ପକ୍ଷରୁ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ସହ ଆଠଗଡ ସହରର ସମସ୍ତ ମୁଖ୍ୟ ବଜାର ଗୁଡିକୁ ଯୁବସଂଗଠକ ଅଭୟ କୁମାର ବାରିକଙ୍କ ନେତୃତ୍ୱରେ ବିଶୋଧନ କରାଯାଇଥିଲା।

ସୋମବାର ପୁନର୍ବାର ବଜାରଘାଟ ସମେତ ବିଭିନ୍ନ ସାହି ଓ ବସ୍ତି ଅଞ୍ଚଳରେ ପ୍ରାୟ ୨ହଜାର ଲିଟର ହାଇପୋକ୍ଲୋରାଇଡ ମିଶ୍ରଣ ସିଞ୍ଚନ ମେସିନ ଦ୍ୱାରା ସଂଗଠନର ଯୁବ ସ୍ୱେଚ୍ଛାସେବୀମାନେ ବିଶୋଧନ କରିଥିଲେ। ସେହିପରି ଭବିଷ୍ୟତରେ ଅମ୍ଳଜାନର ଅଭାବ ଦୂର କରିବା ପାଇଁ ଲୋକମାନଙ୍କ ଘରେ ଯୁବ ସଂଗଠନ ପକ୍ଷରୁ ବିଭିନ୍ନ କିସମର ଗଛଚାରା ବଣ୍ଟନ କରାଯାଇଥିଲା। ଏଥି ସହିତ ଗତ ୩ତାରିଖରେ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଗୁଣ୍ଡିଚାପୁର ଗ୍ରାମର ବିଶିଷ୍ଟ ଜ୍ୟୋତିର୍ବିତ୍‍ ଅଜୟ କୁମାର ନାୟକଙ୍କ ପରିବାରକୁ ଭେଟି ଅଭୟ ସମବେଦନା ଜଣାଇବା ସହ ଏକମାତ୍ର ରାସନ ସାମଗ୍ରୀ ଓ ୨ହଜାର ଟଙ୍କା ଅର୍ଥରାଶି ସହାୟତା ପୂର୍ବକ ପ୍ରଦାନ କରିଥିଲେ। ସଂଗଠନର ସଦସ୍ୟ ଜ୍ଞାନରଞ୍ଜନ ମହାପାତ୍ର, ଟୁକୁ ସାମଲ, ପ୍ରଶାନ୍ତ ସାହୁ, ତାପସ ରାଉତ, ସଂଜୟ ସାହୁ, ଦିପ୍ତୀରଞ୍ଜନ ଜେନା, ସୁକାନ୍ତ ସ୍ୱାଇଁ, ବିକ୍ରମ ଭଟ୍ଟ, ଜିତେନ୍ଦ୍ର ଦାସ, ଲୁଲୁ ଦାସ ଓ ସରୋଜ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories