www.samajalive.in
Monday, December 8, 2025
24.1 C
Bhubaneswar

କେଦାରନାଥ ଧାମ ଖୋଲିଲା, ମୋଦୀଙ୍କ ନାମରେ ହେଲା ପ୍ରଥମ ପୂଜା

କେଦାରନାଥ ଧାମର ଦ୍ବାର ସୋମବାର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଦିଆଯାଇଛି। ଭୋର ୫ଟାରେ ମେଷ ଲଗ୍ନରେ ବିଧି ଅନୁସାରେ ଖୋଲାଯାଇଛି। ଦ୍ବାର ଖୋଲିବା ପରେ ପ୍ରଥମ ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବୈଦିକ ମନ୍ତ୍ର ଉଚାରଣ କରି ଅନଲାଇନ୍‌ ଜରିଆରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରିଥିଲେ। ବିଶ୍ଵରେ ବ୍ୟାପିଥିବା କରୋନା ମହାମାରୀରୁ ସମସ୍ତ ପ୍ରାଣୀଙ୍କୁ ଉଦ୍ଧାର କରିବା ଲାଗି ନିଶଙ୍କ ବାବା କେଦାରନାଥଙ୍କୁ ପ୍ରାର୍ଥନା କରିଥିଲେ।

ଏହି ଅବସରରେ ମନ୍ଦିର ପରିସରରେ ତୀର୍ଥ ପୁରୋହିତ, ପଣ୍ଡା ସମାଜ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇ ଘରେ ରହି ପୂଜାର୍ଚ୍ଚନା କରିବାକୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ କେଦାରନାଥ ଧାମର କବାଟ ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ବିନା ଖୋଲିଥିଲା। ସଂକ୍ରମଣ ଯୋଗୁ ସରକାର ଚାରିଧାମ ଯାତ୍ରା ସ୍ଥଗିତ ରଖିଛନ୍ତି। ମନ୍ଦିରରେ କେବଳ ସେବକମାନେ ପୂଜାର୍ଚ୍ଚନା କରିବାକୁ ଅନୁମତି ଦିଆଯାଇଛି।

- Advertisement -

ପର୍ଯ୍ୟଟନମନ୍ତ୍ରୀ ସତପାଲ ମହାରାଜ କହିଛନ୍ତି ଯେ, ଦେବାଳୟ ବୋର୍ଡ ଏବଂ ମନ୍ଦିର କମିଟିଗୁଡ଼ିକ ଦ୍ବାରା ଚାରିଧାମରେ ପ୍ରଥମ ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତରଫରୁ ଜନକଲ୍ୟାଣ ଉଦ୍ଦେଶ୍ୟରେ କରାଯାଉଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories