www.samajalive.in
Monday, December 8, 2025
24.1 C
Bhubaneswar

କୋଭିଡ ଜିନୋମ ମ୍ୟାପିଂ ଫୋରମ୍‌ରୁ ଶାହିଦ ଜମୀଲଙ୍କ ଇସ୍ତଫା

ନୂଆଦିଲ୍ଲୀ: କରୋନା ଭୂତାଣୁର ଜିନୋମିକ୍‌ ଭାରିଆଣ୍ଟ ଚିହ୍ନଟ କରିବା ଲାଗି କେନ୍ଦ୍ର ସରକାର ଗଠନ କରିଥିବା ଭାରତୀୟ ସାର୍ସ କୋଭ-୨ ଜିନୋମିକ୍‌ସ କନ୍‌ସର୍ଟିଆ (ଆଇଏନଏସଏସିଓଜି)ର ମୁଖ୍ୟ ପରାମର୍ଶଦାତା ଶାହିଦ ଜମୀଲ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ତେବେ ତାଙ୍କ ଇସ୍ତଫା ପଛର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।

ଅଶୋକା ବିଶ୍ଵବିଦ୍ୟାଳୟର ତ୍ରିବେଦୀ ସ୍କୁଲ ଅଫ୍‌ ବୟୋସାଇନ୍‌ସେସ୍‌ର ନିର୍ଦେଶକ ଥିବା ବରିଷ୍ଠ ଭାଇରୋଲୋଜିଷ୍ଟ ଶାହିଦ ଜମୀଲ ଉକ୍ତ ଫୋରମରୁ ବାହାରି ଆସିଛନ୍ତି। କରୋନାର ୨ୟ ତରଙ୍ଗକୁ ସରକାର ଯେଉଁଭଳି ଭାବେ ପରିଚାଳନା କରିଛନ୍ତି ତାହାକୁ ନେଇ ଜମୀଲ ଅସନ୍ତୁଷ୍ଟ ଥିଲେ। ଦେଶରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌କୁ ଠାବ କରିବା ଲାଗି ଚଳିତବର୍ଷ କେନ୍ଦ୍ର ସରକାର ଆଇଏନଏସଏସିଓଜି ଗଠନ କରିଥିଲେ। ଏହି ଫୋରମ୍‌ ଅଧୀନରେ ୧୦ଟି ପରୀକ୍ଷାଗାର ରହିଛି, ଯେଉଁଠି କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଏବଂ ଜିନୋମ ଉପରେ ଅଧ୍ୟୟନ କରାଯାଉଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories