www.samajalive.in
Thursday, December 11, 2025
14.1 C
Bhubaneswar

ଠକ୍କର ବାପା ସେବା ସଦନରେ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ, ୮ ଜଣଙ୍କ ଆରଟିପିସିଆର ରିପୋର୍ଟ ଅପେକ୍ଷା

ଲଖନପୁର : ଝାରସୁଗୁଡ଼ା ଜିଲା ବେଲପାହାଡ଼ ସ୍ଥାନୀୟ ଗର୍ରାଖାଇସ୍ଥିତ ଠକ୍କର ବାପା ସେବା ସଦନ ଶିଶୁ ଯତ୍ନ ଅନୁଷ୍ଠାନରେ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସଂକ୍ରମିତଙ୍କ ମଧ୍ୟରୁ ୬ ଜଣ ଅନ୍ତେବାସୀ ଶିଶୁ ଥିବାବେଳେ ୪ ଜଣ କର୍ମଚାରୀ ଥିବା ଅନୁଷ୍ଠାନର ସମ୍ପାଦକ ନିରାକାର କିଶାନ ସୂଚନା ଦେଇଛନ୍ତି। ସୂଚନାରୁ ପ୍ରକାଶ ଯେ, ଏହି ଅନୁଷ୍ଠାନରେ ବର୍ତମାନ ୩୪ ଜଣ ଅନ୍ତେବାସୀ ଶିଶୁଙ୍କ ସମେତ ୧୪ ଜଣ କର୍ମଚାରୀ ଓ ୫ ଜଣ ପରିଚାଳନା କମିଟିର ସଦସ୍ୟ ମିଶି ମୋଟ ୫୩ ଜଣ ଅଛନ୍ତି । ଗତ ୨ ଦିନ ତଳେ ଏହି ଶିଶୁ ଯତ୍ନ ଅନୁଷ୍ଠାନର କେତେକ ଅନ୍ତେବାସୀ ଶିଶୁ ଓ କର୍ମଚାରୀଙ୍କୁ ଜ୍ଜ୍ୱର ସହିତ ବିଭିନ୍ନ ଲକ୍ଷଣ ଦେଖାଦେଇଥିଲା । ଫଳରେ ଚଳିତ ମଇ ୧୫ ତାରିଖ ଦିନ ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀ ଶିଶୁ, କର୍ମଚାରୀ ଓ କମିଟି ସଦସ୍ୟ ମିଶି ମୋଟ ୫୧ ଜଣଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ସେଥିରେ ୪୩ ଜଣଙ୍କର ଆନ୍‌ଟିଜେନ୍ ଏବଂ ୮ ଜଣଙ୍କର ଆରଟିପିସିଆର ପରୀକ୍ଷା କରାଯାଇଛି।
ତେବେ ଆଣ୍ଟିଜେନ୍ ପରୀକ୍ଷା କରାଇଥିବା ୪୩ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କର ରିପୋର୍ଟ ରବିବାର ଦିନ ପଜିଟିଭ ଆସିଥିବା ଶ୍ରୀ କିଶାନ ପ୍ରକାଶ କରିଛନ୍ତି। ସେହିପରି ଆରଟିପିସିଆର ରିପୋର୍ଟ ଆସିଲେ ଆଗକୁ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିିଛି। ଏପରିକି ଆନ୍‌ଟିଜେନ୍ ପରୀକ୍ଷାରେ ନେଗେଟିଭି ରିପୋର୍ଟ ଆସିଥିବା ସମସ୍ତଙ୍କୁ ପୁନଃ ଆରଟିପିସିଆର ପରୀକ୍ଷା କରିବାକୁ ନିତ୍ୟାନ୍ତ ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହୋଇଛି। ଏହି କ୍ରମରେ ଅନ୍ତେବାସୀ ଶିଶୁଙ୍କ ସୁରକ୍ଷା ପାଇଁ ଜିଲାପାଳ ସରୋଜ ସାମଲଙ୍କ ନିର୍ଦ୍ଦେଶ ଅନୁସାରେ ଚିହ୍ନଟ ହୋଇଥିବା ସଂକ୍ରମିତ ସମସ୍ତ ଅନ୍ତେବାସୀ ଓ କର୍ମଚାରୀଙ୍କୁ ବେଲପାହାଡ଼ କୋଭିଡ କେୟାର ସେନ୍‌ଟରରେ ରଖାଯାଇ ଚିକିତ୍ସାସେବା ପ୍ରଦାନ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।

 

- Advertisement -

ପ୍ରକାଶ ଯୋଗ୍ୟ ଯେ, ବେଲପାହାଡ଼ର ସ୍ୱର୍ଗତ ଅରତୀ ବିଶ୍ୱାସ ତାଙ୍କ ବ୍ୟକ୍ତିଗତ ଜୀବନକୁ ଜଳାଞ୍ଜଳି ଦେଇ ଅନେକ କଷ୍ଟସାଧ୍ୟ କରି ଗର୍ରାଖାଇ ନିକଟସ୍ଥ ସୀତାରାମ ପାହାଡ଼ ତଳେ ବେସାହାରା, ଅସହାୟ ଅନ୍ତେବାସୀ ଶିଶୁଙ୍କ ଯତ୍ନ ତଥା ଲାଳନ ପାଳନ ପାଇଁ ଠକ୍କରବାପା ସେବା ସଦନ ନାମରେ ଏକ ଆଶ୍ରମ ତଥା ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ନିଜେ ବାହା ନହୋଇ ମଧ୍ୟ ଆରତୀ ଅନେକ ଅନ୍ତେବାସୀ ଶିଶୁଙ୍କ ଜନନୀର ଅଧିକାରିଣୀ ହୋଇପାରିଥିଲେ। ଆରତୀ ଅନ୍ତେବାସୀ ପିଲାଙ୍କୁ ଜଣେ ଜନନୀଠାରୁ ବଢ଼ିକି ସ୍ନେହ, ଶ୍ରଦ୍ଧା ଓ ମମତାର ବନ୍ଧନରେ ବାନ୍ଧି ଲାଳନ ପାଳନ କରିଆସୁଥିଲେ। ପରବର୍ତ୍ତି ସମୟରେ ଆରତୀ ରୋଗାକ୍ରାନ୍ତ ହୋଇ ଗତ ୨୦୨୪ ମସିହା ଜୁଲାଇ ୧୮ ତାରିଖରେ ସ୍ୱର୍ଗଲାଭ କରିଥିଲେ। ତାଙ୍କ ଦେହାନ୍ତ ପରେ ଅନ୍ତେବାସୀ ଶିଶୁମାନେ ଚିର ଦିନ ପାଇଁ ମା’ ଛେଉଣ୍ଡ ହୋଇଯାଇଥିଲେ। ତାଙ୍କର ଏପରି ସମାଜସେବା କାର୍ୟ୍ୟ ପାଇଁ ଅଂଚଳରେ ଅନେକ ସୁପ୍ରସିଦ୍ଧ ଲାଭ କରିଥିଲେ।
ଏଥିପାଇଁ ଆରତୀ ଅନେକ ସମ୍ମାନର ଅଧକାରିଣୀ ହୋଇ ବେଲପାହାଡ଼ ମାଟି ପାଇଁ ଅନେକ ଗର୍ବ ଓ ଗୌରବ ଆଣିପାରିଥିଲେ। ତାଙ୍କର ଏହି ସମାଜସେବା ଅଞ୍ଚଳ ପାଇଁ ଏକ ନୂଆଁ ଓ ବିରଳ ଇତିହାସ ସୃଷ୍ଟି କରିପାରିଛି। ବର୍ତ୍ତମାନ ଏହି ଠକ୍କରବାପା ସେବା ସଦନକୁ ପରିଚାଳନା କରୁଥିବା ସଦସ୍ୟଗଣ ଓ କର୍ମଚାରୀ ସର୍ବଦା ଅନ୍ତେବାସୀ ଶିଶୁଙ୍କୁ ଏକ ସାକାରାତ୍ନକ ପରିବେଶ ଦେବା ସହିତ ସମାଜରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ସର୍ବଦା ଚେଷ୍ଟିତ ରହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories