www.samajalive.in
Monday, December 8, 2025
13.1 C
Bhubaneswar

ଶିକ୍ଷକଙ୍କୁ ଟିକା ଦେବାରେ ଅଗ୍ରାଧିକାର ମିଳୁ, କୋଭିଡ଼ ଯୋଦ୍ଧା ଘୋଷଣା କରାଯାଉ

ଭୁବନେଶ୍ୱର: ବିଶ୍ୱ ମହାମାରୀ କରୋନା ସମସ୍ତଙ୍କୁ କବଳିତ କରିଥିବା ବେଳେ କରୋନାକୁ ହରାଇବା ପାଇଁ ଡ଼ାକ୍ତର, ଶିକ୍ଷକ, ନର୍ସ, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ, ପୋଲିସ୍, ସାମ୍ବାଦିକ ଏହି ଯୁଦ୍ଧରେ ସାମିଲ୍ ଅଛନ୍ତି। ଏହି ସମସ୍ତ କର୍ମଚାରୀମାନଙ୍କୁ ସରକାର କରୋନା ଯୋଦ୍ଧା ଘୋଷଣା କରିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କରୋନା ଯୋଦ୍ଧା ଘୋଷଣା ନ କରି ସାବତ ପୁଅ ଭଳି ନିବୃତ୍ତ ରଖିଛନ୍ତି। ପ୍ରାଥମିକ ଠାରୁ ମାଧ୍ୟମିକ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଏଥିରେ ସାମିଲ ଅଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀମାନେ ରେଳ ଷ୍ଟେସନରେ ପ୍ରବାସୀମାନଙ୍କ ପଞ୍ଜୀକରଣ ଓ ସ୍କ୍ରିନିଂ, ରାଜ୍ୟର ସୀମା ଜଗିବା, କୋଭିଡ଼ କେୟାର ସେଣ୍ଟର ଓ ପ୍ରତ୍ୟେକ ଗାଁରେ ଥିବା କ୍ୱାରେଣ୍ଟାଇନ ସେଣ୍ଟର ଜଗିବା, ଗାଁ ଗହଳିରେ କରୋନା ସଚେତନତା ସୃଷ୍ଟି କରିବା, କରୋନା ରୋଗୀଙ୍କୁ ଔଷଧ ବଣ୍ଟନ, ଖାଉଟି ସାମଗ୍ରୀ ବଣ୍ଟନ କରିବା ଓ ଶବଦାହ କାର୍ଯ୍ୟରେ କରୋନା ଆରମ୍ଭ ଦିନଠାରୁ ନିୟୋଜିତ ଅଛନ୍ତି। ଏଥିସହିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପୋଷାକ, ମଧ୍ୟାହ୍ନ ଭୋଜନ ସାମଗ୍ରୀ ବଣ୍ଟନ, ଔଷଧ, ବହି, ନାପକିନ ଓ ଟଙ୍କା ବଣ୍ଟନ ଆଦି କାର୍ଯ୍ୟ ସଠିକ୍ ଭାବରେ କରୁଛନ୍ତି।

 

- Advertisement -

ଏହିସବୁ କାର୍ଯ୍ୟ କରିବା ଦ୍ୱାରା ସେମାନଙ୍କୁ ସଂକ୍ରମଣ ହେଉଛି ଓ ଦୈନିକ ୧୦ରୁ ଉଦ୍ଧ୍ୱର୍ ଶିକ୍ଷକଙ୍କ ମୃତ୍ୟୁ ଘଟୁଛି। ସଂକ୍ରମଣ ହେଉଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ମାସ୍କ, ସାନିଟାଇଜର, ପିପିଇ କିଟ୍, ହ୍ୟାଣ୍ଡ ଗ୍ଲୋବ୍ସ ଆଦି ସରକାର ଯୋଗାଇ ଦେଉନାହାଁନ୍ତି କିମ୍ବା ଟିକାକରଣ କ୍ଷେତ୍ରରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅଗ୍ରାଧିକାର ଦିଆଯାଉ ନାହିଁ। ଡ଼ାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ୍, ସାମ୍ବାଦିକ, ଆମ୍ବୁଲାନ୍ସ କର୍ମଚାରୀ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ଜଙ୍ଗଲ ବିଭାଗ କର୍ମଚାରୀ, ଫରେଷ୍ଟ ଗାର୍ଡ଼, ବୀମା କର୍ମଚାରୀ. ଏନ୍.ସି.ପି.ଆଇ ଅପରେଟର, ଭେଣ୍ଡର, ଟଙ୍କା ଦେଣନେଣ କରୁଥିବା ସଂସ୍ଥାର କର୍ମଚାରୀ, ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରୁଥିବା କର୍ମଚାରୀ, ଗ୍ରାହକସେବା ଅଧିକାରୀ, ଚାଇଲଡ଼ ଲାଇନ କର୍ମଚାରୀ, ଶିଶୁଯତ୍ନ ପ୍ରତିଷ୍ଠାନ କର୍ମଚାରୀମାନଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଘୋଷଣା କରାଯାଇଛି। କିନ୍ତୁ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବାରେ ରାଜ୍ୟ ସରକାର କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବାରୁ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ରାଜ୍ୟର ଏକାଧିକ ବିଧାୟକ ଶିକ୍ଷକମାନଙ୍କୁ ଯୋଦ୍ଧା ଘୋଷଣା କରିବା ପାଇଁ ଦାବି କରିଛନ୍ତି। ଶିକ୍ଷକମାନେ ସମାଜ ଗଠନର ମୁଖ୍ୟ ସ୍ରୋତ ହୋଇଥିବାରୁ ସେମାନଙ୍କୁ ତୁରନ୍ତ କରୋନା ଯୋଦ୍ଧା ଘୋଷଣା କରିବା ସହିତ କରୋନା ଟୀକା ଦେବା ପାଇଁ ଅଗ୍ରାଧିକାର ଦିଆଯାଉ ବୋଲି ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା, ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ୍, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, କେଶବ ଚନ୍ଦ୍ର କର, ଯୁଗ୍ମ ସମ୍ପାଦକ ପ୍ରବୀଣ କୁମାର ଦାସ, ଟୁଲୁ ଦେଇ, ସବୀର ଅଲ୍ଲୀ ଖାଁ, ଦିଲ୍ଲିପ ମିଶ୍ର, ନରେଶ ପାତ୍ର, ସୁଧାଂଶୁ ମଣ୍ଡଳ, ସୁଦାମ ଦଳବରା, ଜିତେନ୍ଦ୍ର ନାୟକ, ଉପଦେଷ୍ଟା ମଣ୍ଡଳୀ ସଭ୍ୟ ସୁରେନ୍ଦ୍ର କୁମାର ରାଉତ, ଗଜେନ୍ଦ୍ର ମାଝି ପ୍ରମୁଖ ଦୃଢ ଦାବି କରିଛନ୍ତି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories