www.samajalive.in
Wednesday, December 10, 2025
26.1 C
Bhubaneswar

ବୌଦ୍ଧଜିଲା ଗ୍ରାମାଞ୍ଚଳରେ ପାନୀୟଜଳ ସମସ୍ୟା ଉତ୍କଟ, ଏକ କିଲୋମିଟର ଦୂର କୂଅରୁ ପାଣି ଆଣୁଛନ୍ତି ଗ୍ରାମବାସୀ

ବୌଦ୍ଧ: ଗୋଟିଏପଟେ କରୋନା ମହାମାରୀ ଯୋଗୁଁ ସାରାଜିଲା ତାଲାବନ୍ଦରେ ରହିଥିବାବେଳେ ଅନ୍ୟପଟେ ବୌଦ୍ଧଜିଲାର ଗ୍ରାମାଞ୍ଚଳରେ ପାନୀୟଜଳର ଉତ୍କଟ ସମାସ୍ୟା ଦେଖାଦେଲାଣି। ଯଦିଓ ଚଳିତବର୍ଷ ମୌସୁମୀ ଶିଘ୍ର ଆସିବା ନେଇ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି ବୌଦ୍ଧଜିଲାରେ ଜୁନ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ପାନୀୟଜଳ ସଙ୍କଟ ଦେଖାଦେବାର ସମ୍ଭାବନା ରହିଛି। ଭୂତଳ ଜଳଉତ୍ସ କମି ଚାଲିଥିବାରୁ ଅନେକ ନଳକୂପ ଅଚଳ ହୋଇପଡୁଥିବାବେଳେ ଆଉକିଛି ଗ୍ରାମରେ ନଳକୂପ ଥିଲେ ମଧ୍ୟ କ୍ଷାରୀ ପାଣି ଯୋଗୁଁ ତାହା ଲୋକଙ୍କ କୌଣସି କାର୍ଯ୍ୟରେ ଲାଗିପାରୁନାହିଁ। ହରଭଙ୍ଗା ଓ ବୌଦ୍ଧ ବ୍ଲକର ଅନେକ ଗ୍ରାମରେ ପାଣି ସଙ୍କଟରୁ ଦୁଷିତ ନଳକୁପ ପାଣି ବ୍ୟବହାର କରି ଅନେକ ଲୋକ କିଡନୀ ଭଳି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁର ଶୀକାର ହେଉଥିବା ଘଟଣା ପ୍ରାୟ ପ୍ରତିଦିନ ଖବରକାଗଜ ପୃଷ୍ଠା ମଣ୍ଡନ କରୁଅଛି। ତଥାପି ଜିଲାରେ ଜଳସଙ୍କଟର ସମାଧାନ ପାଇଁ ଗ୍ରୀଷ୍ମ ପୂର୍ବରୁ କୌଣସି ଯୋଜନା କରାଯାଉନଥିବାରୁ ସାଧାରଣଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଅଛି।

 

- Advertisement -

ବୌଦ୍ଧବ୍ଲକ ଅନ୍ତର୍ଗତ ଦନ୍ତାପାଲି ଗ୍ରାମରେ ଗ୍ରାମର ମହିଳାମାନେ ଏକ କିଲୋମିଟର ଦୂର ଏକ କୂଅରୁ ପାନୀୟଜଳ ସଂଗ୍ରହ ପାଇଁ ଲମ୍ବାଧାଡି ଲମ୍ବାଇଥିବା ଦେଖାଯାଇଛି। ଗ୍ରାମରେ ତିନୋଟି ନଳକୂପ ଓ ସୌରଚାଳିତ ନଳକୂପ ଥିଲେ ମଧ୍ୟ ଛଅମାସ ହେଲା ଏସବୁ ଅଚଳ ହୋଇପଡିଛି। ଏ ସଂପର୍କରେ ଅଭିଯୋଗ କଲେ କେହି ଶୁଣିବାକୁ ନାହାନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ସରକାର ଗ୍ରାମର ଜଳକଷ୍ଟ ଦୂର ପାଇଁ ପଞ୍ଚାୟତକୁ ଅନୁଦାନ ଯୋଗାଇଦେଇଥିବାବେଳେ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଦୁର୍ନିତୀଖୋର ମନୋଭାବ ଯୋଗୁଁ ଗ୍ରାମାଞ୍ଚଳରେ ଜଳସଙ୍କଟର ସମାଧାନ ହୋଇପାରୁନଥିବା ନେଇ ମଧ୍ୟ ଅଭିଯୋଗ ହେଉଅଛି। ପ୍ରତ୍ୟେକ ପଞ୍ଚାୟତରେ ନଳକୂପ ମରାମତି ପାଇଁ ତାଲିମପ୍ରାପ୍ତ ଲୋକ ରହିଥିଲେ ମଧ୍ୟ ଆବଶ୍ୟକ ସମୟରେ ପଞ୍ଚାୟତ କର୍ତ୍ତୃପକ୍ଷ ସେମାନଙ୍କୁ ଉପଯୋଗ ନକରି ନିଜ ମୁଣ୍ଡରୁ ଦୋଷ ଛଡାଇବା ନିତି ମଧ୍ୟ ଆପଣାଉଛନ୍ତି। ତେଣୁ ଗ୍ରାମାଞ୍ଚଳରେ ପାନୀୟଜଳ ସଙ୍କଟ ପାଇଁ ପ୍ରଶାସନ ଯେତିକି ଦାୟି ସଂପୃକ୍ତ ପଞ୍ଚାୟତର ନିର୍ବାଚିତ କର୍ମକର୍ତ୍ତା ତାହାଠାରୁ ଅଧିକ ଭାବରେ ଦାୟି ବୋଲି ଜୈନିକ ଅଧିକାରୀ ପ୍ରକାଶ କରିଛନ୍ତି। ତେଣୁ ଅଭିଯୋଗ ଆସୁଥିବା ଗ୍ରାମ ଗୁଡିକରେ ଜଳସଙ୍କଟ ଦୂର ପାଇଁ ସଂପୃକ୍ତ ପଞ୍ଚାୟତ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ମତପ୍ରକାଶ ପାଉଅଛି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories