www.samajalive.in
Tuesday, December 9, 2025
16.1 C
Bhubaneswar

ବୌଦ୍ଧ ବ୍ଲକର ବଭିନ୍ନ ଗ୍ରାମରେ ରେଡକ୍ରସ ପକ୍ଷରୁ ସହାୟତା

ବୌଦ୍ଧ : ବୌଦ୍ଧ ଜିଲା ରେଡକ୍ରସ ପକ୍ଷରୁ ବୌଦ୍ଧ ବ୍ଲକର ବିଭିନ୍ନ ଗ୍ରାମରେ କରୋନା ମହାମାରୀ ସମୟରେ ସଚେତନତା ସହ ଗରିିବ କୋଭିଡ ରୋଗୀଙ୍କ ପାଖରେ ସହାୟତା ପହଞ୍ଚାଯାଇଛି। ହରଭଙ୍ଗା ବ୍ଲକ ପରେ ବର୍ତ୍ତମାନ ବୌଦ୍ଧ ବ୍ଳକର ବିଭିନ୍ନ ଗ୍ରାମରେ କରୋନା ତାର କାୟା ବିସ୍ତାର କରି ଚାଲିଛି। ସର୍ବାଧିକ କରୋନା ସଂକମ୍ରିତ ହୋଇଥିବା ବୌଦ୍ଧ ବ୍ଳକ ମୁଣ୍ଡାପଡା ପଞ୍ଚାୟତର ଖମାରୀପଡା ଗ୍ରାମର ୬୮ ଜଣ ରୋଗୀ ଓ ଆମ୍ବଝରୀ ପଞ୍ଚାୟତର ଝାଙ୍କରପଡା ଗ୍ରାମର ୨୪ ଜଣ ରୋଗୀଙ୍କୁ ରାଜ୍ୟ ରେଡକ୍ରସ ତରଫରୁ ସାବୁନ, ତେଲ, ବ୍ରସ, ପେଷ୍ଟ, ମାସ୍କ ଇତ୍ୟାଦି ବଣ୍ଟନ କରାଯାଇଛି। ଜିଲା ଯୁବ ରେଡକ୍ରସ ସମ୍ପାଦକ ଅଧ୍ୟାପକ ପ୍ରବୀର କୁମାର ଦାସଙ୍କ ନେତୃତ୍ୱରେ ଯୁବରେଡକ୍ରସର ସ୍ୱେଛାସେବୀମାନେ ଡାକବାଜି ଯନ୍ତ୍ର ସାହାଯ୍ୟରେ କରୋନା ସୁରକ୍ଷା ଓ ମାସ୍କ ବ୍ୟବହାର ଉପରେ ସଚେତନତା ସୃଷ୍ଟି ସହ ଇଛାପୁର, ଜଗଦୀଶପୁର, ବଢିଗାଁ, ଓଲଣ୍ଡା, ପନଖୀମାଲ, ନକୁଆନାଳୀ, ବଘିଆପଡା, ଦେଓବନ୍ଧ, ଗଣ୍ଡିସର, ଖଜୁରୀପଡା, ଝାଙ୍କରପଡା ଇତ୍ୟାଦି ଗ୍ରାମରେ ପ୍ରଚାରପତ୍ର, ପୋଷ୍ଟର ମାଧ୍ୟମରେ ସଚେତନତା ସୃଷ୍ଟି କରିବାସହ ରେଡକ୍ରସ ମାସ୍କ ବଣ୍ଟନ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ସ୍ଥାରେ ଖୋଲାଥିବା ଦୋକାନ ଗୁଡିକୁ ବନ୍ଦ କରିବା ସହ ଗ୍ରାମାଞ୍ଚଳରେ ଲୋକମାନେ ଏକାଠି ହୋଇ ଖେଳୁଥିବା ତାସଖେଳକୁ ମଧ୍ୟ ବନ୍ଦ କରିବାକୁ ଗ୍ରାମବାସୀଙ୍କୁ ବୁଝାଇଥିଲେ। କରୋନା ସଂକ୍ରମିତ ହୋଇଥିବା ରୋଗୀମାନଙ୍କ ପାଇଁ ମାର୍ଗଦର୍ଶିକା ବଣ୍ଟନ କରାଯିବା ସହିତ ପୃଥକବାସରେ ରହିଥିବା ପରିବାରମାନେ କିପରି ଠିକ୍ ଭାରେ ସେବା ପାଇପାରିବେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ନାଏବ ସରପଞ୍ଚ ବିରେନ୍ଦ୍ର ଝାଙ୍କର, ଆଶାକର୍ମୀ ମିନାକ୍ଷୀ ରାଜହଂସ, ରିଙ୍କି ଗିରି, ମିଲି ପ୍ରଧାନ, ରଞ୍ଜିତ ଗିରି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ବୌଦ୍ଧ ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଦାଶ ସ୍ୱେଛାସେବୀମାନଙ୍କୁ ଗାଡି ଯୋଗାଇଦେବା ସହ ସହଯୋଗ କରିଥିଲେ। ଯୁବରେଡକ୍ରସର ସ୍ୱେଛାସେବୀ ସୁଶୀଳ ବାରିକ, ଆଦିତ୍ୟ ମେହେର, ଅମିତ ପ୍ରଧାନ, ପ୍ରମୋଦ ସାହୁ, ସୁଦାମ ନାଏକ, ଅମନ ମହାପାତ୍ର ପ୍ରମୁଖ କରୋନା ମହମାରୀକୁ ଖାତିର ନକରି ରେଡକ୍ରସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ। ଏହି ମହାମାରୀ ସମୟରେ ଯୁବରେଡକ୍ରସର ସ୍ୱେଛାସେବୀମାନେ ସଂକ୍ରମିତଙ୍କ ନିକଟରେ ପହଞ୍ଚି ସେବା ଯୋଗାଇଦେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories