www.samajalive.in
Saturday, December 6, 2025
16.1 C
Bhubaneswar

ରାଉରକେଲାରେ ମେ’ ୧୮ରୁ ୨୮ ତାରିଖ ଯାଏଁ ଟିକାଦାନ ଲାଗି ନୂଆ ସୂଚୀ ଜାରି

ରାଉରକେଲା : ରାଉରକେଲା ସହରରେ କୋଭିଡ୍-୧୯ ଟିକାକରଣ ପାଇଁ ପ୍ରଶାସନ ନୂଆ ସୂଚୀ ଜାରି କରିଛି । ଆସନ୍ତା ମେ’ ୧୮ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ନୂଆ ସୂଚୀ ପ୍ରକାଶ ପାଇଛି। ୧୬ ତାରିଖ ସନ୍ଧ୍ୟା ୫ଟାରେ ହିତାଧିକାରୀଙ୍କ ପାଇଁ ନୂଆ ସ୍ଲଟ୍ ଖୋଲିବ। ୧୮-୪୪ ବର୍ଗଙ୍କ ସହିତ ୪୫ରୁ ଅଧିକ ବର୍ଗଙ୍କ ପାଇଁ ଅନଲାଇନ ପଞ୍ଜିକରଣ ବାଧ୍ୟତାମୂଳକ।

ନୂତନ ସୂଚୀ ଅନୁଯାୟୀ, ମେ’ ୧୮ରୁ ୨୨ ତାରିଖ ଯାଏଁ ଯୁବପିଢ଼ିଙ୍କ ସହିତ ୪୫ରୁ ଅଧିକ ବର୍ଗଙ୍କୁ ପାଳି କରି ଟିକା ଦିଆଯିବ। ୨୪ରୁ ୨୮ ତାରିଖ ଯାଏଁ ପ୍ରତିଦିନ କେବଳ ଯୁବପିଢ଼ିଙ୍କୁ ଟିକା ଦିଆଯିବ। ରାଉରକେଲାରେ ୮ଟି ଟିକାଦାନ କେନ୍ଦ୍ର କରାଯାଇଛି। ସକାଳ ୮ଟାରୁ ଦିନ ୧ଟା ଏବଂ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟିକାଦାନ ଚାଲିବ। ୨୩ ତାରିଖ ରବିବାର ଦିନ ଟିକାକରଣ କାର୍ଯ୍ୟ ବନ୍ଦ ରହିବ।

- Advertisement -

ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କୋଭିଡ୍ ଟିକାକରଣ ନିୟମରେ କେତେକ ପରିବର୍ତ୍ତନ ଆଣିଛନ୍ତି। ନୂତନ ନିୟମ ଅନୁଯାୟୀ କୋଭିସିଲ୍ଡ ଟିକା ପ୍ରଥମ ଡୋଜ୍ ନେବାର ୧୨ରୁ ୧୬ ସପ୍ତାହ ମଧ୍ୟରେ ଅର୍ଥାତ ଅନ୍ୟୂନ ୮୪ ଦିନ ପରେ ଦ୍ଵିତୀୟ ଡୋଜ୍ ଦିଆଯିବ।

ତେଣୁ ପ୍ରଥମ ଡୋଜ ନେବାକୁ ଥିବା ହିତାଧିକାରୀମାନେ ପଞ୍ଜିକରଣ କରି ସ୍ଲଟ୍ ବୁକ୍ କରିପାରିବେ। ତେବେ ଯେଉଁମାନଙ୍କର ଦ୍ୱିତୀୟ ଡୋଜ ଟିକା ନେବାର ଅଛି ସେମାନେ ପ୍ରଥମ ଡୋଜ ଟିକା ନେବାର ଅନ୍ତତଃ ୮୪ ଦିନ ପରର ତାରିଖ ପାଇଁ ମିଳୁଥିବା ସ୍ଲଟ୍ ବୁକ୍ କରିପାରିବେ। କାରଣ ୮୪ ଦିନ ପୂର୍ବରୁ ଅନଲାଇନରେ ସ୍ଲଟ ବୁକିଂ କରିବା ସମ୍ଭବ ହେବ ନାହିଁ। ହିତାଧିକାରୀମାନେ ମୁଖ୍ୟତଃ କୋୱିନ ପୋର୍ଟାଲ କିମ୍ବା କୋୱିନ୍ ଆପରେ ଟିକାକରଣ ପାଇଁ ସ୍ଲଟ୍ ବୁକିଂ କରିପାରିବେ।

ରାଉରକେଲା ସହରରେ ଟିକାଦାନ ପାଇଁ ୮ଟି କେନ୍ଦ୍ର କରାଯାଇଛି। ଆଇଜିଏଚ୍, ଆରଜିଏଚ୍, ୟୁସିଏଚସି ପାନପୋଷ, ରେଲେଓ୍ୱ ହସ୍ପିଟାଲ-ବନ୍ଧମୁଣ୍ଡା, ରିଜର୍ଭ ପୋଲିସ ହସ୍ପିଟାଲ, ସେଲ ସ୍ୱାସ୍ଥ୍ୟ କେନ୍ଦ୍ର ଫର୍ଟିଲାଇଜର ଟାଉନସିପ୍, ସେକ୍ଟର-୬ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଇଏସ୍ଆଇ ହସ୍ପିଟାଲରେ ଏହି କେନ୍ଦ୍ର କରାଯାଇଛି।

ଟିକାକରଣ କେନ୍ଦ୍ରରେ କୋଭିଡ୍ ନିୟମ ପାଳନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ହିତାଧିକାରୀମାନେ ତୁଣ୍ଡି ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ସେହିପରି ଲୋକଙ୍କ ସୁବିଧା ପାଇଁ ବସିବା ବ୍ୟବସ୍ଥା, ପିଇବା ପାଣି ଏବଂ ଆବଶ୍ୟକ ଘୋଷଣା ପାଇଁ ଡ଼ାକବାଜି ଯନ୍ତ୍ରର ବ୍ୟବସ୍ଥା କରାଯାଉଛି। କୋଭିଡ୍ ସମ୍ପର୍କିତ କୌଣସି ସୂଚନା ଓ ସହାୟତା ପାଇଁ ରାଉରକେଲା କୋଭିଡ୍ ହେଲ୍ପଲାଇନ୍ ୧୮୦୦ ୩୪୫ ୭୪୬୮ ଏବଂ ସୁନ୍ଦରଗଡ଼ ଜିଲା ହେଲ୍ପଲାଇନ୍ ୧୮୦୦ ୩୪୫ ୭୪୬୧ / ୦୧୧ – ୪୧୧୮୨୧୩୮ ନମ୍ବର ପ୍ରଶାସନ ପକ୍ଷରୁ ଜାରି କରାଯାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories