www.samajalive.in
Monday, December 8, 2025
14.1 C
Bhubaneswar

ଜନସେବା କର୍ତ୍ତବ୍ୟ, କର୍ମ ମାନବିକତା ; ଅନ୍ୟଗ୍ରାମକୁ ଆସି ଉପାଧ୍ୟକ୍ଷ ଉଠାଇଲେ ଶବ

ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଅରଖପୁର ପାଞ୍ଚାୟତର ମହୁଲପଲ୍ଲୀ ଗ୍ରାମର ବାବୁରାମ ବିଷୋୟୀ ( ୪୫ ରୁ ୫୦) ବର୍ଷ ଆଠ ଦିନ ଜ୍ଵର ହେବା ପରେ ମଇ ୧୬ ତାରିଖ ପୂର୍ବ ରାତ୍ରରେ ମୃତ୍ୟୁ ବରଣ କରିଥିଲେ।  ବୁଗୁଡ଼ା ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ଯୋଗୁଁ ଗ୍ରାମର ଲୋକମାନେ ଭାବିନେଲେ ବାବୁରାମ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି। ଗ୍ରାମର କୌଣସି ଲୋକ ଆସିଲେ ନାହିଁ ଶବ ନିକଟକୁ। ଏପରିକି ସମ୍ପର୍କୀୟ ମାନେ ମଧ୍ୟ ଉଠାଇବାକୁ ଶବ ଆସିଲେ ନାହିଁ । ଦୀର୍ଘ ସମୟ ଧରି ଘରେ ପଡ଼ିରହିଲା ଶବ।
ନିକଟସ୍ଥ ଗ୍ରାମ ଅରଖପୁର ବାସିନ୍ଦା ତଥା ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁଙ୍କ ନିକଟରେ ଖବର ପହଞ୍ଚିଲା । ଶବ ଉଠାଇବାକୁ ଅଣ୍ଟା ଭିଡ଼ିଲେ ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ। ୫ ଜଣ ଯୁବ ସ୍ୱେଚ୍ଛାସେବୀ ଗୌରାଙ୍ଗ ସ୍ଵାଇଁ, ତ୍ରିଲୋଚନ ସ୍ଵାଇଁ, ଦୀପକ ଭୂୟାଁ, ସନ୍ୟାସୀ ନାୟକ ଓ କେଶବ ସ୍ଵାଇଁଙ୍କୁ ଡାକି ଶବ ଉଠାଇ ଶ୍ମଶାନକୁ ନେଇ ଦାହ କରିବାକୁ କହିବା ପରେ ସେମାନେ ମଧ୍ୟ ଅଣ୍ଟା ଭିଡିଥିଲେ। ଉପାଧ୍ୟକ୍ଷ ଶ୍ରୀ ସ୍ଵାଇଁ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କୁ ଖବର ଦେଇ ପିପିଇ କିଟ୍ ପଠାଇବାକୁ କଲେ ଅନୁରୋଧ। କିଛିଦିନ ପୂର୍ବେ କୁଶପଲ୍ଲୀ ଗ୍ରାମରେ ନିଜେ ଶବ ଉଠାଇ ଉଦାହରଣ ସୃଷ୍ଟି କରିଥିବା ବିଡ଼ିଓ ଶ୍ରୀ ପାତ୍ର ସଙ୍ଗେ ସଙ୍ଗେ ପିପିଇ କିଟ୍ ପଠାଇଥିଲେ। ଉପାଧ୍ୟକ୍ଷ ଶ୍ରୀ ସ୍ବାଇଁଙ୍କ ନେତୃତ୍ୱରେ ଅରଖପୁର ଗ୍ରାମରୁ ପାଞ୍ଚ ଜଣ ସାଥୀଙ୍କ ସହ ଅନ୍ୟ ଗ୍ରାମ ମହୁଳପଲ୍ଲୀରେ ପହଞ୍ଚିଥିଲେ। ସମସ୍ତେ ପିପିଇ କିଟ୍ ପରିଧାନ କରି ସ୍ୱର୍ଗତ ବାବୁରାମ ବିଷୋୟୀଙ୍କ ଶବକୁ ଘରୁ ବାହାର କରି କାନ୍ଧ ଲଗାଇ ବୋହି ନେଇ ଦାହ କରିଥିଲେ ଗ୍ରାମ ଶ୍ମଶାନ ଭୂମିରେ। ଏହି କାର୍ୟ୍ୟରେ ମହୁଳପଲ୍ଲୀ ଗ୍ରାମର କେବଳ ଖଦାଳ ସ୍ଵାଇଁ ସହଯୋଗ କରିଥିଲେ। ଗତ ବର୍ଷ ମଧ୍ୟ ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ ଜଣେ କରୋନା ରୋଗୀଙ୍କ ଶବ ଉଠାଇ ମାନବିକତା ର ପରିଚୟ ଦେଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଜଣେ ଲୋକପ୍ରତିନିଧି ଭାବେ ଏହା ତାଙ୍କର କର୍ତ୍ତବ୍ୟ ଭାବି ପୁଣି ମାନବିକତାର ପରିଚୟ ଦେଇ ଅନ୍ୟ ଲୋକପ୍ରତିନିଧି ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories