www.samajalive.in
Monday, December 8, 2025
24.1 C
Bhubaneswar

୨ୟ ତରଙ୍ଗରେ ଫଳପ୍ରଦ ହେଉନି ପ୍ଲାଜମା ଥେରାପି, ଚିକିତ୍ସା ପରିଚାଳନା ନିର୍ଦେଶାବଳୀରୁ ହଟାଯିବାକୁ ନିଷ୍ପତ୍ତି

କରୋନାର ପ୍ରଥମ ତରଙ୍ଗ ସମୟରେ ପ୍ଲାଜମା ଚିକିତ୍ସା ବହୁ ଫଳପ୍ରଦ ହୋଇଥିଲା। ଗୁରୁତର ରୋଗୀମାନେ ପ୍ଲାଜମା ଦ୍ବାରା ସୁସ୍ଥ ହେଉଥିଲେ। କିନ୍ତୁ ୨ୟ ତରଙ୍ଗରେ ପ୍ଲାଜମା ଚିକିତ୍ସା ଫଳପ୍ରଦ ହେଉନାହିଁ। ପ୍ଲାଜମା ଚିକିତ୍ସା ସତ୍ବେ ସଂକ୍ରମିତ ପ୍ରାଣ ହରାଉଛନ୍ତି। ତେଣୁ ଖୁବଶୀଘ୍ର ଏହାକୁ ଚିକିତ୍ସା ପରିଚାଳନା ନିର୍ଦେଶାବଳୀ (ସିଏମଜି)ରୁ ହଟାଇ ଦିଆଯିବ ବୋଲି ସୂଚନା ମିଳିଛି।

ଭାରତୀୟ ଚିକିତ୍ସ ଗବେଷଣା ପରିଷଦ (ଆଇସିଏମଆର) ଏବଂ କୋଭିଡ-୧୯ ପାଇଁ ଗଠିତ ଜାତୀୟ ଟାସ୍କ ଫୋର୍ସ ମଧ୍ୟରେ ଗତ ଶୁକ୍ରବାର ଅନୁଷ୍ଠିତ ବୈଠକରେ ପ୍ଲାଜମା ଥେରାପିକୁ ସିଏମଜିରୁ ହଟାଇବାକୁ ସମହତି ହୋଇଛି।

- Advertisement -

ନିକଟରେ କିଛି ବିଶେଷଜ୍ଞ ଏବଂ ବୈଜ୍ଞାନିକମାନେ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା କେ. ବିଜୟ ରାଘବନଙ୍କୁ ଚିଠି ଲେଖି କରୋନା ଚିକିତ୍ସାରେ ପ୍ଲାଜମା ଥେରାପିକୁ ଅବୈଜ୍ଞାନିକ ବୋଲି କହିଥିଲେ। ଏହି ଚିଠିର ନକଲ ଆଇସିଏମଆର ପ୍ରମୁଖ ବଳରାମ ଭାର୍ଗବ ଏବଂ ଏମ୍‌ସ ନିର୍ଦେଶକ ରଣଦୀପ ଗୁଲେରିଆଙ୍କୁ ବି ପଠାଯାଇଥିଲା। ବିଶେଷଜ୍ଞଙ୍କ କହିବା ଅନୁସାରେ, ପ୍ଲାଜମା ଥେରାପି ଯୋଗୁ ମହାମାରୀର ପ୍ରକୋପ କମ୍‌ ହେବା ବଦଳରେ ବୃଦ୍ଧି ପାଇପାରେ। କାରଣ ଏହା ଦ୍ବାରା ଭୂତାଣରୁ ଅଧିକ ବିଷାକ୍ତ ସ୍ବରୂପର ବିକଶିତ ହେବାର ବିପଦ ରହିଛି।

ସୂଚନାଯୋଗ୍ୟ, ପ୍ଲାଜମା ଥେରାପିରେ କୋଭିଡରୁ ସୁସ୍ଥ ହୋଇଥିବା ରୋଗୀଙ୍କ ରକ୍ତରେ ମହଜୁଦ ଥିବା ଆଣ୍ଟିବଡିକୁ ଗୁରୁତର ରୋଗୀଙ୍କୁ ଦିଆଯାଇଥାଏ। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ୧୧ ହଜାର ୫୮୮ ରୋଗୀଙ୍କ ଉପରେ ଏହାର ପରୀକ୍ଷଣ କରାଯିବା ପରେ ଦେଖାଯାଇଥିଲା ଯେ, ରୋଗୀଙ୍କ ମୃତ୍ୟୁ ଏବଂ ସୁସ୍ଥ ହାର ଅନୁପାତରେ କୌଣସି ଫରକ ଆସି ନ ଥିଲା।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories