www.samajalive.in
Saturday, December 6, 2025
26.1 C
Bhubaneswar

କୋଭିଡର ପ୍ରଥମ ଲହର ପରେ ସରକାର, ପ୍ରଶାସନ, ଜନସାଧାରଣ ସମସ୍ତେ ବେପରୁଆ ହୋଇଗଲେ: ମୋହନ ଭାଗବତ

ମୁମ୍ବଇ: ଦେଶର କୋଭିଡ-୧୯ ପ୍ରଥମ ଲହର ନିୟନ୍ତ୍ରଣକୁ ଆସିବା ପରେ ସରକାର ଠାରୁ ନେଇ ପ୍ରଶାସନ, ଜନସାଧାରଣଙ୍କ ପର୍ଯ୍ୟନ୍ତ ସମସ୍ତେ ବେପରୁଆ, ଦାୟିତ୍ୱହୀନ ହୋଇପଡିଲେ। ସେଥିପାଇଁ ବର୍ତ୍ତମାନ ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ। ଶନିବାର ଦିନ ଶ୍ରୀ ଭାଗବତ ଏଥିପାଇଁ ସମସ୍ତଙ୍କୁ ଦାୟୀ କରିବା ସହିତ ମହାମାରୀ ବିରୁଦ୍ଧରେ ଲଢେଇ କରିବାକୁ ସକାରାତ୍ମକ ଏବଂ ସକ୍ରିୟ ରହିବାକୁ ନିବେଦନ କରିଛନ୍ତି। ‘ଅସୀମିତ ସକାରାତ୍ମକତା’ (ପଜିଟିଭିଟି ଅନଲିମିଟେଡ) ଶୀର୍ଷକ ଏକ ବକ୍ତୃତାମାଳାରେ ଉଦବୋଧନ ଦେଇ ସେ କହିଥିଲେ, ଏହି ପରୀକ୍ଷା ସମୟରେ ଜଣେ ଅନ୍ୟ ଜଣକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ପରିବର୍ତ୍ତେ ସମୁଦାୟ ରାଷ୍ଟ୍ର ଏକତ୍ରିତ ରହିବା ସହିତ ଏକ ଗୋଷ୍ଠୀ ଭାବରେ କାର୍ଯ୍ୟ କରିବାକୁ ହେବ। ଶ୍ରୀ ଭାଗବତ କହିଥିଲେ, ସଂପ୍ରତି କରୋନାର ତୃତୀୟ ଲହର କଥା କୁହାଯାଉଛି। କିନ୍ତୁ ସେଥିରେ ଆମେ ଭୟଭୀତ ହେବାନାହିଁ। ଆମକୁ ପଥର ଭଳି ଛିଡା ହେବାକୁ ପଡିବ। ଆମେ ସକାରାତ୍ମକ ମନୋଭାବ ନେଇ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ହେବ। ଏହାଦ୍ୱାରା ସାଂପ୍ରତିକ ପରିସ୍ଥିତିରେ ଆମେ କରୋନା ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିପାରିବା। ସଂପ୍ରତି କେହି ଦାୟିତ୍ୱହୀନ ମନ୍ତବ୍ୟ ଦେବା ଅନୁଚିତ ବୋଲି ସେ ଉଲ୍ଲେଖ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଇଂଲଣ୍ଡ ପରିସ୍ଥିତିର ଉଦାହରଣ ଦେଇ ସେ କହିଥିଲେ, ଯେତେବେଳେ ସବୁକିଛି ଏହା ବିରୋଧରେ ଯିବାଭଳି ମନେହେଉଥିଲା, ସେତେବେଳେ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିତ କହିଥିଲେ, ତାଙ୍କ କାର୍ଯ୍ୟାଳୟରେ ନିରାଶାଭାବର ଚିହ୍ନ ନାହିଁ। ପରାଜୟ ଆଶଙ୍କାକୁ ନେଇ ସେମାନେ ବ୍ୟସ୍ତ କିମ୍ବା ବିବ୍ରତ ନୁହନ୍ତି। ବର୍ତ୍ତମାନ ପରିସ୍ଥିତିରେ ମଧ୍ୟ ଆମେ ସାହସ ହରାଇବା ନାହିଁ। ଆମକୁ ପରିସ୍ଥିତିର ମୁକାବିଲା କରି ତାହା ସମାଧାନ କରିବାକୁ ହେବ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories