www.samajalive.in
Sunday, December 7, 2025
16.1 C
Bhubaneswar

କରୋନା ମହାମାରୀ ଦୂର ନିମନ୍ତେ ହୋମଯଜ୍ଞ

ବୌଦ୍ଧ: ମହାମାରୀରୁ ରକ୍ଷା ପାଇବା ନିମନ୍ତେ ପରିବେଶ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ପରିବେଶ ସୁରକ୍ଷା ରଖିବା ପାଇଁ ହୋମଯଜ୍ଞ ଅନୁଷ୍ଠର ବିଜ୍ଞାନ ସମ୍ମତ ରହିଛି। ପବିତ୍ର ଅକ୍ଷୟ ତୃତୀୟା ଓ ଭଗବାନ ପର୍ଶୁରାମ ଜୟନ୍ତୀ ଅବସରରେ କୋଭିଡ ନିୟମକୁ ପାଳନ କରି ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଚନ୍ଦ୍ରଚୂଡ ମନ୍ଦିର ପରିସରରେ ପୁରୋହିତ ରଂଜିତ କୁମାର ହୋତା ଓ ପୁଜକ ଦେବାଶିଷ ବିଶିଙ୍କ ନେତୃତ୍ୱରେ ରୁଦ୍ରଙ୍କ ନାମରେ ୧୦୮ ଆହୁତି ହବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ପୁରୋହିତ ବିଭୁପ୍ରସାଦ ପଣ୍ଡା ଓ କର୍ତା ସୂର୍ଯ୍ୟେନ୍ଦ୍ର କୁମାର ଶତପଥିଙ୍କ ନେତୃତ୍ୱରେ ବିଷ୍ଣୁଙ୍କ ୧୦୮ ନାମରେ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଥିଲା। ରାମନାଥ ପଡା ଦୁର୍ଗାମଣ୍ଡପ ପରିସରରେ ପୁରୋହିତ ସିଦ୍ଧେଶ୍ବର ଯୋଶୀ ଓ ପ୍ରଦୋଷ କୁମାର ମିଶ୍ରଙ୍କ ନେତୃତ୍ୱରେ ଚଣ୍ଡୀଙ୍କ ନାମରେ ଆହୁତି ପ୍ରଦାନ କରା ଯାଇଥିଲା।

ବ୍ରାହ୍ମଣ ସମାଜ ପକ୍ଷରୁ କରୋନା ବିପତିରୁ ଉଦ୍ଧାର ନିମନ୍ତେ ସମସ୍ତଙ୍କୁ ନିଜ ନିଜ ପରିବାରରେ ଜପ, ଯଜ୍ଞ, ପ୍ରାର୍ଥନା କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଂପାଦକ ଦେବାଶିଷ ପୁରୋହିତ ଓ ବରିଷ୍ଠ ସଦସ୍ୟ ସୁଶାନ୍ତ କୁମାର ମହାପାତ୍ର ପରତିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବ୍ରାହ୍ମଣ ସମାଜର ସଦସ୍ୟମାନେ ସହଯୋଗ କରିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories