www.samajalive.in
Saturday, December 6, 2025
16.1 C
Bhubaneswar

ରାଉରକେଲା ଷ୍ଟିଲ ଟାଉନସିପର ସେକ୍ଟର-୭ରେ ଅତିକ୍ଷୁଦ୍ର ଆବଦ୍ଧାଞ୍ଚଳ ଘୋଷଣା

ରାଉରକେଲା : ରାଉରକେଲାରେ କୋଭିଡ୍-୧୯ ସଂକ୍ରମଣକୁ ରୋକିବା ପାଇଁ ଷ୍ଟିଲ ଟାଉନସିପ ସେକ୍ଟର-୭ର କେତେକ ଅଞ୍ଚଳକୁ ଅତିକ୍ଷୁଦ୍ର ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ସେଗୁଡ଼ିକ ହେଲା: (କ) କ୍ୱାର୍ଟର ନମ୍ବର ଏ/୫୨ରୁ ଏ/୬୮ ଏବଂ ଏ/୬୯ରୁ ଏ/୮୫, (ଖ) କ୍ୱାର୍ଟର ନମ୍ବର ଏ/୧୨୨ରୁ ଏ/୧୩୭ ଏବଂ କ୍ୱାର୍ଟର ନମ୍ବର ଏ/୧୧୨ରୁ ଏ/୧୧୯ ତଥା (ଗ) କ୍ୱାର୍ଟର ନମ୍ବର ବି/୧୧୯ରୁ ବି/୧୨୮ ଏବଂ ବି/୧୨୯ରୁ ବ/୧୩୮।

ଏହିସବୁ ଅଞ୍ଚଳରେ ଆଜିଠାରୁ ଲୋକଙ୍କ ଯିବା ଆସିବା, ସାଧାରଣ ପରିବହନ ଏବଂ କୌଣସି ବ୍ୟବସାୟିକ କାର୍ୟ୍ୟ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି। ଆବଦ୍ଧାଞ୍ଚଳ ପରିଚାଳନା ପାଇଁ ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ଆରଏମସି ସ୍ୱାସ୍ଥ୍ୟ ଅଧିକାରୀ ସୁଶିଲ କୁମାର ପରିଡ଼ାଙ୍କୁ (୯୧୭୮୨୭୭୨୭୭) ଲୋକଙ୍କ ସ୍ଵାସ୍ଥ୍ୟ ସମ୍ପର୍କିତ ଆବଶ୍ୟକତା ବୁଝିବା ପାଇଁ ଦାୟିତ୍ୱ ଦିଆଯାଇଛି।

- Advertisement -

ଏହି ଅଞ୍ଚଳରେ ଥିବା ପରିବାରଗୁଡ଼ିକ ଯେପରି ଅତ୍ୟାବଶ୍ୟକ ଜିନିଷ ପାଇବାରେ କୌଣସି ଅସୁବିଧା ନହୁଏ ସେଥିଲାଗି ମହାନଗର ନିଗମ ବିଶେଷ ଧ୍ୟାନ ଦେଉଛି। ସେକ୍ଟର-୭ର ଏହି ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ସୁନିଶ୍ଚିତ କରିବା ପାଇଁ ଏଜିଏମ୍ ଟାଉନ ସର୍ଭିସେସ୍ ସୋମଜିତ ବଡ଼ପଣ୍ଡାଙ୍କୁ (୮୮୯୫୫୦୧୩୫୪) ଦାୟିତ୍ୱ ଦିଆଯାଇଛି।

ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ଏହା ଜାରି ରହିବ ବୋଲି ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories