www.samajalive.in
Monday, December 8, 2025
27.1 C
Bhubaneswar

କୋଭିଶିଲ୍ଡ ଟିକାର ୨ଟି ପାନ ମଧ୍ୟରେ ୪ ମାସ ବ୍ୟବଧାନ ଯଥାର୍ଥ: ଡା. ଫାଉଚୀ

ଭାରତରେ କୋଭିଶିଲ୍ଡ ଟିକାର ୨ଟି ପାନ ମଧ୍ୟରେ ବ୍ୟବଧାନ ୪ ସପ୍ତାହ ବଦଳରେ ୪ ମାସ କରାଯାଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଡ. ଫାଉଚୀ ଯଥାର୍ଥ ବୋଲି କହିଛନ୍ତି। ଏକ ସାକ୍ଷାତକାରରେ ଡା. ଫାଉଚୀ କହିଛନ୍ତି, ଯଦି ଟିକାର ଅଭାବ ରହିଛି ଏବଂ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବା ଜରୁରୀ, ତେବେ ଏହି ପଦ୍ଧତି ଆପଣାଇବା ସମ୍ପୂର୍ଣ୍ଣ ଠିକ୍‌।

ଏହାବ୍ୟତୀତ ଫାଉଚୀ ଆହୁରି କହିଛନ୍ତି ଯେ, ଭାରତକୁ ଟିକାକରଣ ଅଭିଯାନକୁ ତ୍ଵରିତ କରିବା ଲାଗି ଅନ୍ୟ ଦେଶ ଏବଂ କମ୍ପାନୀଗୁଡ଼ିକ ସହିତ ସହଯୋଗ କରିବା ଦରକାର, ଫଳରେ ସମସ୍ତ ନାଗରିକଙ୍କୁ ଖୁବଶୀଘ୍ର ଟିକା ଦିଆଯାଇ ପାରିବ। ଭାରତକୁ ବିଶ୍ଵର ସବୁଠୁ ବଡ଼ ଟିକା ଉତ୍ପାଦନକାରୀ ରାଷ୍ଟ୍ର ବୋଲି ଦର୍ଶାଇ ସେ କହିଛନ୍ତି, ଭାରତ ଏକ ବହୁତ ବଡ଼ ଦେଶ। ସେଥିଲାଗି ଅନ୍ୟ ଦେଶଗୁଡ଼ିକ ସହିତ ମିଶି ଭାରତକୁ କାମ କରିବାକୁ ପଡ଼ିବ। ଯାହାଫଳରେ ଟିକା ଉତ୍ପାଦନ ବୃଦ୍ଧି କରାଯାଇ ପାରିବ।

- Advertisement -

ଭାରତକୁ କେବଳ ବିଦେଶରୁ ଅମ୍ଳଜାନ, ଅମ୍ଳଜାନ ସିଲିଣ୍ଡର, ବ୍ୟକ୍ତିଗତ ସୁରକ୍ଷା ଉପକରଣ କିଟ୍‌, ମାସ୍କ, ଅମ୍ଳଜାନ କନସେନ୍‌ଟ୍ରେଟର ମିଳିବା ଯଥେଷ୍ଟ ନୁହେଁ, ବରଂ ଲୋକଙ୍କୁ କିପରି ଅଧିକରୁ ଅଧିକ ମାତ୍ରାରେ ଟିକା ଦିଆଯାଇପାରିବ ତାହା ଉପରେ ବି ଜୋର୍‌ ଦେବା ଉଚିତ। ସେ ଆହୁରି କହିଛନ୍ତି ଯେ, କରୋନାର ନୂଆ ମ୍ୟୁଟାଣ୍ଟ ବି୧୬୧୭ ଭାରତ ବ୍ୟତୀତ ୪୪ ଦେଶରେ ଠାବ ହୋଇଛି। ସେଥିରେ ଆମେରିକା ବି ସାମିଲ ଅଛି। ଏହି କରୋନା ସଂକଟ ସମୟରେ ଗରିବ ଦେଶଗୁଡ଼ିକୁ ସହାୟତା ଯୋଗାଇଦେବା ଧନୀ ଦେଶଗୁଡ଼ିକର ଦାୟିତ୍ଵ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories