ଦିନକରେ ସର୍ବାଧିକ ୨୨ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ଗତ କିଛି ଦିନ ହେବ ୧୫ ଟପୁଥିବା ବେଳେ ୨୪ ଘଣ୍ଟାରେ ୨୦ ଟପିଛି। ୧୬ ଜିଲାରୁ ସର୍ବାଧିକ ୨୨ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଖୋର୍ଦ୍ଧାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନୁଗୁଳରୁ ୩, ପୁରୀ, ସୁନ୍ଦରଗଡ,କେନ୍ଦ୍ରାପଡାରୁ ୨ ଜଣ ଲେଖାଏଁ, ବାଲେଶ୍ୱର, ବରଗଡ, ବଲାଙ୍ଗୀର, ବୌଦ୍ଧରୁ ଜଣେ ଲେଖାଏଁ,ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ନୂଆପଡା, ରାୟଗଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି। ଏହାସହ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୭୩ରେ ପହଞ୍ଚିଛି।

Comments are closed.