www.samajalive.in
Sunday, December 7, 2025
18.1 C
Bhubaneswar

୩ ଲକ୍ଷରୁ ଊର୍ଦ୍ଧ୍ବ ଯୁବପିଢ଼ି ଆକ୍ରାନ୍ତ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରରେ ଅଧିକ ଯୁବପିଢ଼ି ଆକ୍ରାନ୍ତ ହେଉଛନ୍ତି। ପ୍ରଥମ ଲହରରେ ୧୫ରୁ ୪୦ବର୍ଷୀୟ ଯୁବକମାନେ ଅତି ବେଶିରେ ୩୦ରୁ ୩୫ % ଆକ୍ରାନ୍ତ ହେଉଥିବାବେଳେ ଏବେ ଏହା ୬୫ପ୍ରତିଶତରୁ ଊର୍ଦ୍ଧ୍ବ ରହୁଛନ୍ତି। ଇତିମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଥିବା ୫ଲକ୍ଷ ୭୬ହଜାର ୨୯୭ ଆକ୍ରାନ୍ତଙ୍କ ମଧ୍ୟରେ ୩ଲକ୍ଷ ୧ହଜାର ୩୭୨ଜଣ ଯୁବକ ରହିଛନ୍ତି। ସଂକ୍ରମିତଙ୍କ ଅନୁପାତରେ ଏବେ ଏହି ପରିମାଣ ପ୍ରାୟ ୫୫ପ୍ରତିଶତ ରହିଥିଲେ ହେଁ ପୂର୍ବର ସଂକ୍ରମଣ ହାରକୁ ମିଶାଇଲେ ଏହା ୬୫ ପ୍ରତିଶତରୁ ଅଧିକ ହେବ।

ସେହିପରି ଗୁରୁବାର ସୁଦ୍ଧା ୪୧ରୁ ୬୦ ବର୍ଷୀୟ ୧ଲକ୍ଷ ୮୬ହଜାର ୭୯୭ ଆକ୍ରାନ୍ତ ହୋଇଥିବାବେଳେ ୬୦ବର୍ଷରୁ ଊର୍ଦ୍ଧ୍ବ ବର୍ଗର ୫୯ହଜାର ୨୯୫ ଏବଂ ୧ରୁ ୧୫ ବର୍ଷ ମଧ୍ୟରେ ୨୮ ହଜାର ୮୩୩ ଆକ୍ରାନ୍ତ ରହିଛନ୍ତି। ରାଜ୍ୟ ସରକାର ତାଲାବନ୍ଦ,ସପ୍ତାହାନ୍ତ ବନ୍ଦ ସାଙ୍ଗକୁ ବ୍ୟାପକ ସଚେତନତା କରାଯାଉଥିଲେ ହେଁ ଯୁବପିଢ଼ି ମାନୁ ନ ଥିବାରୁ ରାଜ୍ୟରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories