ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅନ୍ତର୍ଗତ ରାଜନଗର ବୈତରଣୀ ନଦୀରୁ ବେଆଇନ ବାଲି ଚୋରା ଚାଲାଣ ହେଉଥିବା କୈାଣସି ସୂତ୍ରରୁ ଖବର ପାଇ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ପରିବହନ ପତ୍ରକୁ ଜାଲିଆତି କରି ବାଲି ଚୋରା ଚାଲାଣ କରୁଥିବା ଦୁଇଟି ହାଇଓ୍ବାକୁ ଜବତ କରିଛନ୍ତି। ଜବତ ହାଇଓ୍ବା ଦୁଇଟି ଉପରେ ୬୧ ହଜାର ୧୨୦ ଟଙ୍କା ଜୋରିମାନା କରାଯାଇଛି। ଏହି ଚଢ଼ାଉରେ ତହସିଲଦାରଙ୍କ ସହ ପାଟଣା ରାଜସ୍ୱ ନିରୀକ୍ଷକ ସତ୍ୟବ୍ରତ ସାହୁ, ରାଜନଗର ରାଜସ୍ୱ ନିରୀକ୍ଷକ ଭବାନୀଶଙ୍କର ରାଉତରାୟ ପ୍ରମୁଖ ସାମିଲ ଥିଲେ।
Popular Categories



