www.samajalive.in
Monday, December 8, 2025
13.1 C
Bhubaneswar

ସିଦ୍ଧୁଙ୍କୁ କଂଗ୍ରେସରୁ ବହିଷ୍କାର ଦାବି ତେଜିଲା

ଅମୃତସର: ପଞ୍ଜାବରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ନେଇ ଦଳରେ ବିଦ୍ରୋହ ସୃଷ୍ଟି ହୋଇଛି। ସିଦ୍ଧୁଙ୍କୁ କଂଗ୍ରେସରୁ ବହିଷ୍କାର କରିବା ଲାଗି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ମନ୍ତ୍ରିମଣ୍ଡଳର ଅନେକ ମନ୍ତ୍ରୀ ଦାବି କରିଛନ୍ତି। ଗତ ବୁଧବାର ୭ ଜଣ ମନ୍ତ୍ରୀ ଅମରିନ୍ଦରଙ୍କୁ ଭେଟି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି।

ସିଦ୍ଧୁ କଂଗ୍ରେସରେ ରହି ବିଜେପି ଏଜେଣ୍ଡା ଅନୁସାରେ କାର୍ଯ୍ୟ କରୁଥିବା ମନ୍ତ୍ରୀମାନେ ଅଭିଯୋଗ କରିଛନ୍ତି। କ୍ୟାବିନେଟ ମନ୍ତ୍ରୀ ବଲବିନ୍ଦର ସିଂହ ସିଦ୍ଧୁ, ବିଜୟ ଇନ୍ଦର ସିଙ୍ଗଲା, ଭାରତ ଭୂଷଣ ଆଙଶୁ ଏବଂ ଗୁରପ୍ରୀତ ସିଂହ କାଙ୍ଗଡ଼ ସିଦ୍ଧୁଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଛନ୍ତି। ସିଦ୍ଧୁ କିଛିଦିନ ହେବ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ କରି ଲୋକପ୍ରିୟତା ହାସଲ କରିବାକୁ ଉଦ୍ୟମ ଚଳାଇଥିବା ଏହି ମନ୍ତ୍ରୀମାନେ କହିଛନ୍ତି।

- Advertisement -

ସେମାନେ ଆହୁରି କହିଛନ୍ତି, ସିଦ୍ଧୁ ଏବଂ ବିରୋଧୀ ଦଳଗୁଡ଼ିତକ ମଧ୍ୟରେ ବେଟିଂ ଚାଲିଛି, ଯେଉଁଥିରେ ଆମ ଆଦମୀ ପାର୍ଟି ବି ସାମିଲ ରହିଛି। ସିଦ୍ଧୁ ଏହି ଦଳଗୁଡ଼ିକ ସହିତ ମିଶି କଂଗ୍ରେସରେ ବିରୋଧରେ ଷଡ଼ଯନ୍ତ୍ର କରୁଥିବା କଥାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ସିଦ୍ଧୁ ଯେଉଁ ଥାଳିରେ ଖାଆନ୍ତି, ସେହି ଥାଳିରେ ମଳତ୍ୟାଗ କରିବାର ଅଭ୍ୟାସ ରଖିଛନ୍ତି। ସେଥିଲାଗି ସେ ନିଜ ପୂର୍ବ ଦଳରେ ବି ବିଶ୍ଵାସଯୋଗ୍ୟ ହୋଇପାରି ନ ଥିଲେ। ସେ କଂଗ୍ରେସ ପାଇଁ ବଡ଼ ସମସ୍ୟା ବୋଲି ମନ୍ତ୍ରୀମାନେ ଅଭିଯୋଗ କରିଛନ୍ତି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories