www.samajalive.in
Monday, December 8, 2025
13.1 C
Bhubaneswar

ଗ୍ରାମାଞ୍ଚଳରେ ଶତ ପ୍ରତିଶତ ବାସଗୃହକୁ ଟ୍ୟାପ୍‍ ପାଣି ଯୋଗାଅ: ରାଜ୍ୟଗୁଡିକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶର ଗ୍ରାମାଞ୍ଚଳରେ ଶତ ପ୍ରତିଶତ ବାସଗୃହଗୁଡିକୁ ଟ୍ୟାପ୍‍ ପାଣି ଯୋଗାଇବାକୁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗ୍ରାମଗୁଡିକରେ ବାସ କରୁଥିବା ୯୦% ପରିବାର ପାଇଁ ଟ୍ୟାପ୍‍ ଯୋଗେ ଜଳ ଯୋଗାଇବା ବ୍ୟବସ୍ଥା କରାଯାଇଛି। ଏଥିରୁ ଅଳ୍ପକିଛି ପରିବାର ବାଦ୍‍ ପଡିଯାଇଛନ୍ତି। ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଏହି ସୁବିଧା ଯୋଗାଇବାକୁ କେନ୍ଦ୍ର ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପତ୍ର ଲେଖାଯାଇଛି। ଏଥିରେ କୁହାଯାଇଛି ଯେ ପ୍ରାୟ ୨୧ହଜାରରୁ ଅଧିକ ଗାଁ ରହିଛି, ଯେଉଁଠି ୧୦% ଲୋକ ଏବେ ମଧ୍ୟ ପାଇପ ପାଣି ପାଉନାହାନ୍ତି। ପୂର୍ବରୁ ସେହିସବୁ ଗ୍ରାମରେ ପାଇପ ସଂଯୋଗ ଥିବାରୁ ଅବଶିଷ୍ଟ ପରିବାରଗୁଡିକୁ ଟ୍ୟାପ୍‍ ପାଣି ଯୋଗାଇବାରେ ଅସୁବିଧା ହେବନାହିଁ। ଚଳିତ ମାସ ଶେଷସୁଦ୍ଧା ଏହି କାର୍ଯ୍ୟ ଶେଷକରି ୧୦୦% ପରିବାରକୁ ପାଇପ ପାଣି ଯୋଗାଣ ସୁନିଶ୍ଚିତ କରିବାକୁ କୁହାଯାଇଛି। ଏହା ଉପରେ କେନ୍ଦ୍ର ସରକାର ନିୟମିତ ସମୀକ୍ଷା କରିବେ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି।
କେନ୍ଦ୍ର ପାନୀୟ ଜଳ ଓ ପରିମଳ ବିଭାଗର ଜାତୀୟ ଜଳ ଜୀବନ ମିଶନ (ଏନଜେଜେଏମ) ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ଏହା ଦେଶର ପ୍ରତ୍ୟେକ ଗ୍ରାମାଞ୍ଚଳ ପରିବାରକୁ ଧାର୍ଯ୍ୟ ମାନର ଏବଂ ପର୍ଯ୍ୟାପ୍ତ ପରିମାଣର ଟ୍ୟାପ୍‍ ପାଣି ନିୟମିତ ଭାବରେ ଏବଂ ଦୀର୍ଘସୂତ୍ରୀ ଆକାରରେ ଯୋଗାଇଦେବା ଲକ୍ଷ୍ୟ ରଖାଯାଇଛି। ୨୦୨୪ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରାଯିବା ଏବଂ ଗୋଟିଏ ହେଲେ ପରିବାର ଏଥିରୁ ଯେଭଳି ବାଦ୍‍ ନପଡନ୍ତି ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି। ମିଶନ କାର୍ଯ୍ୟକାରୀ ହେବାର ଦୁଇବର୍ଷ ମଧ୍ୟରେ, କୋଭିଡ-୧୯ ମହାମାରୀ ମଧ୍ୟରେ ୪.୧୭ କୋଟିରୁ ଅଧିକ ଗ୍ରାମାଞ୍ଚଳ ପରିବାରକୁ ଟ୍ୟାପ୍‍ ପାଣି ସଂଯୋଗ ଯୋଗାଇ ଦିଆଯାଇଥିବା ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories