www.samajalive.in
Monday, December 8, 2025
27.1 C
Bhubaneswar

କରୋନା ସଙ୍କଟରେ ଅମ୍ଳଜାନ ଯୋଗାଣ; ଓଡ଼ିଶା-କେରଳକୁ ‘ଲାନ୍‌ସେଟ’ରେ ପ୍ରଶଂସା

ନୂଆଦିଲ୍ଲୀ: ଚଳିତବର୍ଷ ଫେବୃୟାରୀରେ ଭାରତରେ କରୋନା ମହାମାରୀର ୨ୟ ତରଙ୍ଗ ଆସିଲା। କିନ୍ତୁ ଏପ୍ରିଲ ବେଳକୁ ଏହା ଭୟଙ୍କର ରୂପ ନେଲା। ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଧ୍ଵସ୍ତବିଧ୍ଵସ୍ତ କରିଦେଲା। ଡାକ୍ତରଖାନାରେ ଶଯ୍ୟା, ଅମ୍ଳଜାନ ଏବଂ ଔଷଧ ଅଭାବ ଘୋର ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କଲା। ତେବେ ଅମ୍ଳଜାନ ଅଭାବ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଥିବାବେଳେ ଓଡ଼ିଶା ଏବଂ କେରଳ ଭଳି ରାଜ୍ୟର ଉଦ୍ୟମ ବେଶ୍‌ ପ୍ରଶଂସନୀୟ ବୋଲି କହିଛି ଅନ୍ତର୍ଜାତୀୟ ସ୍ତରର ଚିକିତ୍ସା ପତ୍ରିକା ‘ଲାନ୍‌ସେଟ’। ଲାନସେଟ୍‌ ସମ୍ପାଦକୀୟରେ ଏହି ଦୁଇ ରାଜ୍ୟର କାର୍ଯ୍ୟକୁ ପ୍ରଶଂସା କରାଯାଇଛି।

ମେ ୮ ତାରିଖରେ ପ୍ରକାଶିତ ଲାନସେଟ୍‌ ସମ୍ପାଦକୀୟ ‘ଭାରତର କୋଭିଡ-୧୯ ଜରୁରୀ ପରିସ୍ଥିତି’ ଶୀର୍ଷକରେ କୁହାଯାଇଛି ଯେ, କରୋନାର ୨ୟ ତରଙ୍ଗରେ ଓଡ଼ିଶା ଅତି ଉତ୍ତମ କାର୍ଯ୍ୟ କରିଛି। ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ଏବଂ ଭିନ୍ନ ଭିନ୍ନ ରାଜ୍ୟ ପାଇଁ ଅମ୍ଳଜାନ ଉତ୍ପାଦନ ଓ ଉପଯୁକ୍ତ ସମୟରେ ତାହାର ​‌ଯୋଗାଣ ବେଶ୍‌ ପ୍ରଶଂସନୀୟ ବୋଲି କୁହାଯାଇଛି।

- Advertisement -

ସେହିପରି ସମ୍ପାଦକୀୟରେ କେରଳର ବି ପ୍ରଶଂସା କରାଯାଇଛି। ସେଥିରେ ଲେଖାଯାଇଛି ଯେ, ୨ୟ ତରଙ୍ଗ ସମୟରେ ଓଡ଼ିଶା ଏବଂ କେରଳ ପୂର୍ବରୁ ପ୍ରସ୍ତୁତ ଥିଲେ ଏବଂ ଏହି କାରଣରୁ ଠିକ୍‌ ସମୟରେ ଏହି ଦୁଇ ରାଜ୍ୟ ଅନ୍ୟ ରାଜ୍ୟଗୁଡ଼ିକୁ ଅମ୍ଳଜାନ ଯୋଗାଣ କରିପାରିଲେ।

ବିଗତ ୧୭ ଦିନ ମଧ୍ୟରେ ଓଡ଼ିଶା ସରକାର ଅମ୍ଳଜାନ ଅଭାବ ଥିବା ୧୧ ରାଜ୍ୟକୁ ୪୭୩ ଟ୍ୟାଙ୍କର ଅମ୍ଳଜାନ ପଠାଇଥିଲେ। ଯେଉଁଥିରେ ୮୬୮୯.୬ ମେଟ୍ରିକ ଟନ୍‌ ଅମ୍ଳଜାନ ଥିଲା। ଓଡ଼ିଶା ତରଫରୁ ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ ସମେତ ଅନ୍ୟ ରାଜ୍ୟଗୁଡ଼ିକୁ ଅମ୍ଳଜାନ ଯୋଗାଣ ହୋଇଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories