www.samajalive.in
Thursday, December 11, 2025
13.1 C
Bhubaneswar

ଆଜି ମହାରାଣା ପ୍ରତାପଙ୍କ ଜୟନ୍ତୀ: ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବର୍ତ୍ତମାନ ରାଜସ୍ଥାନର ଉତ୍ତର ପଶ୍ଚିମ ଭାଗରେ ଅବସ୍ଥିତ ତଥା ତତ୍କାଳୀନ ମେୱାର ରାଜ୍ୟର ରାଜା, ଯୁଦ୍ଧ ଶୈଳୀରେ ନିପୁଣ, ମହାନ ଯୋଦ୍ଧା ମହାରାଣା ପ୍ରତାପଙ୍କର ଆଜି ଜୟନ୍ତୀ ପାଳିତ ହେଉଛି। ଭାରତରେ ମୋଗଲ ସାମ୍ରାଜ୍ୟ ବିସ୍ତାରକୁ ରୋକିବାରେ ସେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ। ହଳଦିଘାଟ ଏବଂ ଦେୱେର ଯୁଦ୍ଧରେ ତାଙ୍କର ପରାକ୍ରମ ପାଇଁ ମହାରାଣା ପ୍ରତାପ ଚିରସ୍ମରଣୀୟ। ଆଜି ତାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରତି ଗଭୀର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦି ଟ୍ୱିଟ କରି କହିଛନ୍ତି, ନିଜର ପ୍ରତିହତ ସାହସ, ପରାକ୍ରମ ଏବଂ ଯୁଦ୍ଧ କରିବାର ଅନନ୍ୟ ଶୈଳୀକୁ ନେଇ ମହାରାଣା ପ୍ରତାପ ଭାରତକୁ ଗର୍ବିତ କରିଛନ୍ତି। ମାତୃଭୂମି ପାଇଁ ତାଙ୍କର ତ୍ୟାଗ ଏବଂ ସମର୍ପଣ ଭାବ ଚିର ସ୍ମରଣୀୟ ହୋଇ ରହିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories